ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋରେ ସଚିବ ଭି.କେ.ପାଣ୍ଡିଆନ୍

ସୁଆଣ୍ଡୋ୧୬/୪ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ବଦଳିବ ଉତ୍କଳମଣିଙ୍କ ଷଠିଘର। ଶନିବାର ସକାଲେ   5T ସଚିବ ଭି.କେ ପାଣ୍ଡିଆନ ସୁଆଣ୍ଡୋ ରେ ପହଞ୍ଚିଥିଲେ। ସୁଆଣ୍ଡୋରେ ଚାଲିଥିବା ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଷଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଛି । ଖୁବଶୀଘ୍ର ଏହି ସବୁ କାମ ସରିବ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ସଚିବ । ସୁଆଣ୍ଡୋରେ ୧୫.୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ଦାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିଥିଲେ ସଚିବ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଗସ୍ତ ସମୟରେ ଗଣମାଧ୍ୟମକୁ ଜିଲ୍ଲାପାଳ କହିଛନ୍ତି ଯେ, ୨୫ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି । ଆଗାମୀ ୨ ରୁ୩ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: