ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା: ୦୯/୧୦ (ଫିରୋଜ କୁମାର ବେହେରା) : ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ସଭା ତଥା କରୋନା ନିରାକରଣ ପାଇଁ ଏକ ସଚେତନତା କର୍ମଶାଳା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ବାଲିଯୋଡି ସ୍ଥିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଠିକଟା ବିଡ଼ିଓ ପ୍ରଶାନ୍ତ କୁମାର ତରେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁଙ୍କର ସେବା, ତ୍ୟାଗ, ସମାଜସେବା, ସ୍ୱାଧୀନତା ସଂଗ୍ରାମ, ବଢ଼ି ମରୁଡି ସମୟରେ ଗରିବକୁ ସହାୟକ ସର୍ବୋପରି ନବ ଓଡିଶା ଗଠନ ରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ମହାମାରୀ କରୋନା ନିରାକରଣ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସଚେତନ କରାଇ ଥିଲେ l ବାଲିଯୋଡି ଗ୍ରାମ୍ୟ କମିଟିର ସଭାପତି ତଥା ବିଶିଷ୍ଟ ସୁ ଚିକିତ୍ସକ ଡାକ୍ତର ଫକୀର ଚରଣ ହୋତା ସନମାନିତ ଅତିଥି ଭାବରେ ଯୋଗଦେଇ କହିଲେ ପଣ୍ଡିତ ଗୋପବନ୍ଧୁଙ୍କ ପରି ଜଣେ ଅସାମାନ୍ୟ ପ୍ରତିଭାଧାରୀ ଋଷିପ୍ରତିମ ଯୁଗ ପୁରୁଷଙ୍କୁ ଏ ଜାତି ଏ ଦେଶ ସବୁଦିନ ପାଇଁ ମନେରଖିବ ସେହି ମହାପୁରୁଷଙ୍କ ଆଦର୍ଶରେ ଅନୁପାଣିତ ହୋଇ ଆଜିର ଯୁବ ଛାତ୍ର ସମାଜ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ ଓ କୋଭିଡି 19 ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ହେବାପାଇଁ ସେ କହିଥିଲେ l ଦତ୍ତପାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଡ଼ଃ ଧର୍ମେନ୍ଦ୍ର ମିଶ୍ର କହିଲେ ସେବାର ପ୍ରତୀକ ଓଡ଼ିଶାର ଅନ୍ୟତମ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, କବି, ଜନନାୟକ ପଣ୍ଡିତ ଗୋପବନ୍ଧୁ ଦାଶ ସେ ଉତ୍କଳ ର ମଣି ନଥିଲେ ସେଥିଲେ ବିଶ୍ୱ ମଣି ତାଙ୍କ ଜିବାଦଶା ସମୟରେ ନିଜ ପୁତ୍ରକୁ ମୁର୍ତ୍ୟୁ ମୁଖରେ ପକାଇ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକୁ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପତିତ ପାବନ ରାଏ ପଣ୍ଡିତ ଗୋପବନ୍ଧୁ ଦାଶ ସମାଜ ଖବର କାଗଜ ପ୍ରତିଷ୍ଠା କରି ରାଜ୍ୟରେ ହଜାର ହଜାର ସାମ୍ବାଦିକ ସୃଷ୍ଟି କରିଛନ୍ତି ସେ କୋଟି ଓଡ଼ିଆର ପ୍ରାଣବିନ୍ଦୁ ଥିଲେ, ମଧୁବାବୁଙ୍କ ସହିତ ମିଶି ଉତ୍କଳ ସମ୍ମିଳନୀ ଗଠନ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଓଡ଼ିଆ ଭାଷା, ଜାତି, ସାହିତ୍ୟ ସଂସ୍କୃତି ଓ ସ୍ୱାଭିମାନ ବଞ୍ଚାଇବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ବିଶିଷ୍ଟ ନୁର୍ତ୍ୟଶିଳ୍ପୀ ତଥା ସମାଜ ସେବିକା ପଦ୍ମିନୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେଯୋଗ ଦେଇ ଗୋପବନ୍ଧୁ ଙ୍କ ସ୍ମୃତି ଚାରଣ କରିଥିଲେ ଓ କରୋନା ଭୂତାଣୁ ନିରାକରଣ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ l ସମାଜ ରାଉରକେଲା ମୁଖ୍ୟ ମନୋରଞ୍ଜନ ଦାଶ, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସାମ୍ୱାଦିକ ମନୋଜ ସାମଲ ଗୋପବନ୍ଧୁଙ୍କ ସୃତି ଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ପୂଜ୍ୟ ପୂଜା ପରିଷଦ ର ସାଧାରଣ ସମ୍ପାଦକ ସନାତନ ସାହୁ, ନମିତା ଜେନା, ଧନେଶ୍ୱର ସାହୁ, ଦମୟନ୍ତୀ ମିଶ୍ର, ଦେବେନ୍ଦ୍ର ସାହୁ, ନିର୍ମଳା ବାରିକ, ବାସୁଦେବ ସାହୁ, ଲଷ୍ମୀ ହାଁସଦା, ପ୍ରଫୁଲ୍ଲ ସାହୁ, ବାସୁଦେବ ସାହୁ, ପ୍ରଭାସିନୀ ରାଉତ, ଚାନ୍ଦମଣି ମାଝୀ, ଚିତ୍ତରଞ୍ଜନ ନନ୍ଦ, ଅନ୍ତର୍ଯ୍ୟାମୀ ବେଉରିଆ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ପ୍ରାରମ୍ଭରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରାଯାଇଥିଲା l ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବରିଷ୍ଟ ଶିକ୍ଷାଧିକାରୀ ଡ଼ଃ ଧର୍ମେନ୍ଦ୍ର ମିଶ୍ର, ବିଡ଼ିଓ ଲାଠି କଟା ପ୍ରଶାନ୍ତ କୁମାର ତରାଇ, ସମାଜ ସେବିକା ପଦ୍ମିନୀ ପାଣିଗ୍ରାହୀ ଓ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ୧୦ ଜଣ ସଫେଇ କର୍ମଚାରିଙ୍କୁ ସନ୍ନମାନିତ କରାଯାଇ ଥିଲା l ଅନୁଷ୍ଠାନର ସହ ସମ୍ପାଦିକା ଅଥିତି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଡାକ୍ତର ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ, ଅନୁଷ୍ଠାନର ସଭାପତି ତଥା ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ସ୍ଥାନୀୟ ବିଧାୟକ ସୁବ୍ରତ ତରାଇ ପଠାଇଥିବା ବାର୍ତ୍ତା ସଭାରେ ପାଠ କରାଗଲା ।

WhatsApp Image 2020 10 09 at 5.05.11 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: