ମାଲକାନଗିରି,୨୧/୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ) :ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଉତ୍କଳ ସାମ୍ବାଦିକ ସଂଘ ମିଳିତ ଭାବେ କରୋନା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ନିୟମିତ ଭାବେ କରିଆସୁଛନ୍ତି। କରୋନା ମହାମାରୀ ଦ୍ୱିତୀୟ ଲହରର ଭୟାବହତା କୁ ପ୍ରତିହତ କରିବା ପାଇଁ ପ୍ରଶାସନ ବହୁ ପୂର୍ବରୁ ସତର୍କତାର ସହିତ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନେକ ପ୍ରକାର କଟକଣା ଜାରି କରିଛି। ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାରେ ହେଳା କରିନାହିଁ ଉତ୍କଳ ସାମ୍ବାଦିକ ସଙ୍ଘ। ବର୍ତ୍ତମାନ ସମୟରେ ବିଭିନ୍ନ ଅନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟକ୍ତି ବିଶେଷ ପର୍ଯ୍ୟନ୍ତ ପ୍ରଶାସନକୁ ସହଯୋଗ କରିବା ସମୟ ଆସିଯାଇଛି। ଉତ୍କଳ ସାମ୍ବାଦିକ ସଙ୍ଘ ନିଜର ଦାୟୀତ୍ୱ ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ ମାସ୍କ, ସାନିଟାଇଜର ଆଦି ଯୋଗାଇବା ଦେଖା ଯାଉଛି। ସେଇ ପରିପେକ୍ଷିରେ ଆଜି ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର ଅନ୍ୟ ସଭ୍ୟ ମାନଙ୍କୁ ନେଇ ପଡିଆ ପୁରୁଣା ବ୍ଲକ ଠାରୁ ଅଭିଯାନ ଆରମ୍ଭ କରି ନୂତନ ବ୍ଲକ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ର ମାଧ୍ୟମରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ।
କାର୍ଯ୍ୟକ୍ରମକୁ ପଡିଆ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବୁଦ୍ଧି କେଶରୀ ମାଝୀ, ବ୍ଲକ ଅଧ୍ୟକ୍ଷ ରଘୁନାଥ ମୁଣ୍ଡାରୀ, ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ,ବ୍ଲକ ଚେୟାରମ୍ୟାନ ଦେବା ମାଡକାମୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପଡିଆ ପାଖ ଗାଁ ଗୋଲାଗୁଡା ରେ ପହଞ୍ଚି ଗ୍ରାମବାସୀଙ୍କୁ ମାସ୍କ ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକମାନଙ୍କୁ କରୋନା କବଳରୁ ନିଜକୁ ତଥା ପରିବାରକୁ ରକ୍ଷା କରିବାକୁ ହେଲେ କିପରି ଭାବରେ ସତର୍କତା ଅବଲମ୍ବନ କରିବେ, ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏଠାରେ ସୁଚେଇବାକୁ ଚାହୁଁ ଉତ୍କଳ ସାମ୍ବାଦିକ ସଙ୍ଘ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ନିଜର ରାଷ୍ଟ୍ର ପ୍ରତି ଥିବା କର୍ତ୍ତବ୍ୟ, ସଠିକ ଭାବେ ପାଳନ କରିବା, ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବାରେ ସହାୟକ ହେବ। ସଂଘର ଅଭିମୁଖ୍ୟରୁ ସ୍ପଷ୍ଟ ହେଉଛି କରୋନା ମହାମାରୀ ମୁଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଲଗାତର ଭାବରେ କାର୍ଯ୍ୟକ୍ରମ ଚାଲୁ ରଖିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |