ମାଲକାନଗିରି, ଶ୍ରୀନିବାସ ପଣ୍ଡା ୭/୩/୨୧ – ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ବାର୍ଷିକ ଉତ୍ସବ ଆଜି ୭/୩ ରିଖ ରବିବାର ଦିନ ଧୁମ ଧାମରେ ପାଳିତ ହେଇଯାଇଛି। କରୋନା କଟକଣା କୋହଳ ହେଇଥିବାରୁ କର୍ତବ୍ୟରତ ସାମ୍ବାଦିକଙ୍କ ବ୍ୟତୀତ ଆଗ୍ରହୀ ଜନତାଙ୍କର ଉପସ୍ଥିତ ଦେଖିବାକୁ ମିଳିଥିଲା। ଦିନ ପ୍ରାୟ ୧୧ ଘଟିକା ସମୟରେ ସଭା କାର୍ଯ୍ୟ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ହରିଜନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ନିମନ୍ତ୍ରିତ ଅତିଥି ଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ମାନସ ମାଡକାମୀ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ସାଂସଦ ରମେଶ ମାଝୀ ସାମ୍ବାଦିକ ମାନଙ୍କର ଗଣତନ୍ତ୍ରକୁ ସୁଦୃଢ କରାଇବା ପାଇଁ କେତେ ଆବଶ୍ୟକ ଏବଂ ସୁସ୍ଥ ସମାଜ ଗଠନ ଦିଗରେ କେତେ ସହାୟକ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। ରାଜ୍ୟ ସଭାପତି ଶ୍ରୀ କର ଉତ୍କଳର ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଓଡ଼ିଶାରେ ବିକ୍ଷିପ୍ତ ଭାବରେ ଗଢି ଉଠିଥିବା ଅନ୍ୟାନ୍ୟ ସାମ୍ବାଦିକ ସଙ୍ଘ ଗୁଡିକୁ ଗୋଟିଏ ମଞ୍ଚକୁ ଆଣି ଏକତ୍ରିତ ହେଇ, ସାମ୍ବାଦିକ ମାନଙ୍କର ଦାବୀ ହାସଲ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଲଗାତାର ଆନ୍ଦୋଳନ ଗଢିତୋଳିବା ନିଷ୍ପତି ନେବାପାଇଁ ଆହ୍ୱାନ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |