ଉତ୍ତରାଖଣ୍ଡର ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌

ନୂଆଦିଲ୍ଲୀ,୨୫ା୫:ଆଜି ଉତ୍ତରାଖଣ୍ଡର ସର୍ବପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ଜରିଆରେ ଏହି ଡେରାଡୁନ୍‌‌-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରାର ସୁବିଧା ପ୍ରଦାନ କରୁଥିବାରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ଏଥିରୁ ଉପକୃତ ହେବେ।ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ପରଠାରୁ ଭାରତ ସରକାର ରେଳବାଇର ରୂପାନ୍ତରଣ କରିଛନ୍ତି। ଏବେ ପ୍ରତିବର୍ଷ ୬ ହଜାର କିଲୋମିଟର ରେଳ ଲାଇନ୍‌ର ବିଦ୍ୟୁତିକରଣ କରାଯାଉଛି, ଯେତେବେଳେ କି ୨୦୧୪ ପୂର୍ବରୁ ତାହା ମାତ୍ର ବର୍ଷକୁ ୬୦୦ କିଲୋମିଟର ଥିଲା। ସେ କହିଛନ୍ତି, ଭାରତ ବନ୍ଦେ ଭାରତ ଟ୍ରେନ୍‌‌ ଭଳି ଦ୍ରୁତଗତିରେ ବିକାଶ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ବିଦ୍ୟୁତିକରଣ ହୋଇଥିବା ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!