କଟକ ,୨୫/୦୯ : ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା ରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଓଡ଼୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ନିଖୋଜ ହୋଇଥିଲେ । ତେବେ କାଲି ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୀତାରାମ ନିଖୋଜ ଥିଲେ ।ଏଡିଆରଏଫର ଟିମ୍ ତାଙ୍କୁ ଖୋଜିବାରେ ଲାଗିଥିବା ବେଳେ ଆଜି ଧବଳେଶ୍ୱର ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକି ସୀତାରାମଙ୍କ ବୋଲି ସନ୍ଦେହ କରାଯାଇଥିଲା ।କିନ୍ତୁ ସୀତାରାମଙ୍କ ପରିବାର ଲୋକେ ଶବକୁ ଚିହ୍ନ କରିଛନ୍ତି । ଏହା ସୀତାରାମଙ୍କ ଶବ ନୁହେଁ ବୋଲି ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ଏନେଇ ଏସଆରସି ପ୍ରଦୀପ ଜେନା ଟ୍ୱିଟର ମାଧ୍ୟମରେ ସୂଚନା ଦେବା ସହ ଭୁଲ ସୂଚନା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |