ବ୍ରହ୍ମପୁର-୧୫/୩(ମନୋଜ କୁମାର ପାତ୍ର):ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହେଇଛନ୍ତି ନକଲି ଗୁଟଖା ବେପାରୀ I ଆଜି କୌଣସି ଏକ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପ-ଜିଲ୍ଲାପାଳ କୀର୍ତି ଭାଷନ ଜଗଦଳପୁର ଗ୍ରାମ ଠାରୁ କିଛି ଦୂରରେ ଥିବା କେଶବନ୍ଦ ନିକଟରେ ଏକ ଛତୁ ଫାର୍ମ ଉପରେ ଚଢ଼ାଉ କରି ଏକ ପ୍ରସ୍ତୁତ କାରି ମେସିନ୍ ସହ ୨ହଜାର ପକେଟରୁ ଉର୍ଦ୍ଧ୍ବ ପରିମାଣର ନକଲି ଗୁଟଖା ପକେଟ ଜବତ କରିଥିବା ସୂଚନା ମିଳିଚି।ଚଢ଼ାଉ ସମୟରେ ଉକ୍ତ ଫାର୍ମର ଏକ କୋଠରୀରେ ତାଲା ପଡ଼ିଥିବା ବେଳେ କବାଟ ଭାଙ୍ଗି ସ୍ଥାନୀୟ ରାଜସ୍ବ ନିରୀକ୍ଷକ କର୍ମଚାରୀଙ୍କ ସହ ଉପ-ଜିଲ୍ଲାପାଳ କୋଠରୀ ମଧ୍ୟରେ ପ୍ରବେଶ କରିଥିଲେ ।ଏବଂ ପରବର୍ତ୍ତୀ ସମୟରେ ନକଲି ପ୍ରସ୍ତୁତ କାରି ସାମଗ୍ରୀ ସହ ଯନ୍ତ୍ରପାତି ଜବତ କରିଥିବା ବେଳେ ଏହାର କିଛି ସମୟ ପରେ ପୋଲିସ ମଧ୍ୟ ପହଞ୍ଚୀଥିଲା।ତେବେ ଏହି ନକଲି କାରବାର ପଛରେ ଲୋଚାପଡ଼ା ଏବଂ ଜି. ଜଗନ୍ନାଥପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସୂଚନା ମିଳୁଛି ।ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ଅଞ୍ଚଳରେ ନକଲି ବେପାରୀ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।ଏଥି ପୂର୍ବରୁ ବାଉଁଶିଆପଲ୍ଲୀ ଅଞ୍ଚଳରେ ମଧ୍ୟ ଗୁଟକା ପ୍ରସ୍ତୁତି ଚାଲୁଥିବା ଖବର ପାଇ ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ପରେ ନକଲି କାରବାର ଶୀତଳ ପଡିଥିଲା I ବର୍ତ୍ତମାନ ପୁଣି ନକଲି କରବାର ବୃଦ୍ଧି ପାଉଥିବା ନେଇ ଚିନ୍ତା ଜନକ ବିଷୟ ପାଲଟିଛି I
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |