ନୂଆଦିଲ୍ଲୀ, ୧୭/୫ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ୮୩ ଦିନରେ ପହଞ୍ଚିଛି । ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ୟୁକ୍ରେନ୍ର ପୂର୍ବ ଭାବରେ ରୁଷିଆର ସୈନିକମାନେ ଲଗାତାର ଆକ୍ରମଣ କରିଚାଲିଛନ୍ତି । କିଭ୍, ଖାରକିଭ ଓ ମାରିୟୁପୋଲ ଭଳି ସହର ଏକ ପ୍ରକାର ବର୍ବାଦ ଅଭିମୁଖେ । ଏହାରି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ପୁଣି ଥରେ ଚେତାବନୀ ଦେଇଛନ୍ତି । କିନ୍ତୁ ପୁତିନଙ୍କ ଏହି ଚେତାବନୀ ୟୁକ୍ରେନ୍ ପାଇଁ ନୁହେଁ, ବରଂ ୟୁରୋପର ଅନ୍ୟ ୨ଟି ଦେଶ ପାଇଁ । ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ପୁଣି ଥରେ ନୂଆ ଚେତାବନୀ ଦେଇଛନ୍ତି, କିନ୍ତୁ ପୁତିନ ଏହି ଚେତାବନୀ ୟୁକ୍ରେନକୁ ନୁହେଁ ଇରୋପୀୟ ଦେଶକୁ ଦେଇଛନ୍ତି । ପୁତିନ ଏଥର ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଚେତାବନୀ ଦେଇଛି । ପୁତିନ ସଫା ସଫା କହିଦେଇଛନ୍ତି କି ଯଦି ଏହି ଦୁଇ ଦେଶ ବିପଦ ହେବେ ତ ପରିଣାମ ଭୋଗିବାକୁ ପଡ଼ିପାରେ। ଫଳରେ ଏଥିରୁ ଜଣାପଡ଼ୁଛି କି ପୁତିନ ସମୟ ଆସିଲେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ଉପରେ ଆକ୍ରମଣ କରିବାକୁ ପଛାଇବେ ନାହିଁ। ଗୋଟିଏ ପଟେ ଯେଉଁଠି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଉଛି, ସେହି ସମୟରେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ବାରମ୍ବାର ନାଟୋରେ ସାମିଲ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ନାଟୋର ପ୍ରଧାନ ସଚିବ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ମାତ୍ର ତୁର୍କୀ ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେବାକୁ ବିରୋଧ କରିଛି। ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନାଟୋରେ ସାମିଲ ହେବାର ପ୍ରକ୍ରିୟାକୁ ଶାନ୍ତିର ରାସ୍ତା ବୋଲି କହିଛନ୍ତି । ସେହିଭଳି ସ୍ବିଡେନର ପ୍ରଧାନମନ୍ତ୍ରୀ କହିଛନ୍ତି କି ସେ ସରକାରୀ ଭାବେ ନାଟୋର ସଦସ୍ୟତା ଲାଗି ଆବେଦନ କରିଦେଇଛନ୍ତି । ମାତ୍ର ଏହା ମଧ୍ୟରେ ବ୍ଲାଦିମୀର ପୁତିନ ସିଧା ସଳଖ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଚେତାବନୀ ଦେଇଛନ୍ତି ।ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ଥିବା ବେଳେ ଫିନଲ୍ୟାଣ୍ଡ ଓ ସ୍ୱୀଡେନ୍ ଲଗାତାର ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛନ୍ତି । ନାଟୋର ମୁଖ୍ୟ ସଚିବ ତୁର୍କୀର ବିଦେଶ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ତୁର୍କୀ ଫିନଲ୍ୟାଣ୍ଡ ଓ ସ୍ୱୀଡେନର ନାଟୋରେ ସାମିଲ ହେବାକୁ ବିରୋଧ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |