ଋଷ-ୟୁକ୍ରେନ ଯୁଦ୍ଧ,ତୁର୍କୀ କଥାବାର୍ତ୍ତାରେ ଯୁଦ୍ଧରେ ବିରତୀ ଲଗାଇବାକୁ ରାଜି ହେଲେ ଋଷ ରାଷ୍ଟ୍ରପତି

ମସ୍କୋ,୩୦/୩ : ଋଷ-ୟୁକ୍ରେନ ଯୁଦ୍ଧର ୩୪ ଦିନରେ ପହଞ୍ଚିଛି।  ତୁର୍କୀ ମଧ୍ୟସ୍ଥତାରେ  ଇସ୍ତାନାବୁଲରେ ୟୁକ୍ରେନ ଓ ଋଷିଆ ପ୍ରତିନିଧି ଦଳଙ୍କ କଥାବାର୍ତ୍ତାରୁ କିଛିଟା ଭଲ ସଂକେତ ମିଳୁଛି। ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ଏହି ଆଲୋଚନା ପରେ ଋଷିଆ କିଭ୍‌ରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ହ୍ରାସ କରିବ ବୋଲି ଘୋଷଣା କରିଛି। ଏଥିରୁ ବାର୍ତ୍ତାର କିଛିଟା ସୁଫଳ ମିଳିବ ବୋଲି ଏବେ ଆଶା କରାଯାଉଛି।  ଗତ ୩୪ ଦିନରୁ ଚାଲିଥିବା ଭୟଙ୍କର ଯୁଦ୍ଧରେ ବିରତୀ ଲଗାଇବାକୁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଋଷର ଏହି ନିଷ୍ପତ୍ତି ପରେ ସାରା ବିଶ୍ୱକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଯୁଦ୍ଧ ବନ୍ଦ ହେଲେ ଅନେକ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା ମିଳିଯିବ ବୋଲି ଆଶା ଦେଖାଯାଇଛି ।ରାଜଧାନୀ କିଏଭ ସମେତ ୟୁକ୍ରେନର ଉତ୍ତରାଞ୍ଚଳରେ ରୁଷ ସାମରିକ କାର୍ଯ୍ୟକଳାପ ସୀମିତ କରିବ । ପ୍ରାୟ ଦୁଇ ସପ୍ତାହ ପରେ ତୁର୍କୀର ଇସ୍ତାନବୁଲସ୍ଥିତ ଡୋଲମବସେ ପ୍ୟାଲେସରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ପରେ ରୁଷ ଉପ ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫୋମିନ ଏହି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଏହି ଦୁଇ ସହରରୁ ରୁଷ ସେନା ପ୍ରତ୍ୟାହାର ଆରମ୍ଭ କରିଦେଇଛି। ୩ ଘଣ୍ଟାରୁ ଅଧିକ ସମୟ ଧରି ଏହି ଆଲୋଚନା ହୋଇଥିଲା ।  ଆଲୋଚନାରେ ୟୁକ୍ରେନ ନିରପେକ୍ଷ ରହିବା ସହ କୌଣସି ପ୍ରକାର ଆଣବିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି । ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସାମରିକ କିମ୍ବା ରାଜନୈତିକ ମେଣ୍ଟରେ ସାମିଲ ହେବ ନାହିଁ । ଏଥିସହ କୌଣସି ବିଦେଶୀ ରାଷ୍ଟ୍ରର ସାମରିକ ଘାଟି ନିଜ ଦେଶରେ ପ୍ରତିଷ୍ଠା କରିବ ନାହିଁ କିମ୍ବା ଅନ୍ୟ ଦେଶର ସୈନ୍ୟଙ୍କୁ ନିଜ ଦେଶରେ ରଖିବ ନାହିଁ ।  କିନ୍ତୁ ଭବିଷ୍ୟତରେ ଆକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଅନ୍ତର୍ଜାତୀୟ ଗ୍ୟାରେଣ୍ଟି ଚାହିଁଛି । ଏହି ଗ୍ୟାରେଣ୍ଟି ତୁର୍କୀ ସମେତ ବ୍ରିଟେନ, ଚୀନ, ଆମେରିକା, ଫ୍ରାନ୍ସ, ଇଟାଲୀ, ଇସ୍ରାଏଲ, ଜର୍ମାନୀ ପୋଲାଣ୍ଡ ଓ କାନାଡାଠାରୁ ୟୁକ୍ରେନ ଦାବି କରିଛି । ଏ ସଂକ୍ରାନ୍ତରେ ବୁଝାମଣା କରାଯିବ । ଯାହାକି ଭବିଷ୍ୟତ ଆକ୍ରମଣ ବେଳେ ୟୁକ୍ରେନକୁ ନୋ-ଫ୍ଲାଏ ଜୋନ ଘୋଷଣା କରିବେ । ଏହି ବୁଝାମଣାକୁ ଉଭୟ ରୁଷ ଓ ୟୁକ୍ରେନ ସ୍ୱୀକାର କରିବାକୁ ପଡିବ । ଇସ୍ତାନବୁଲ୍‌ରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା ପରେ ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ ବୋଲି ୟୁକ୍ରେନ ପ୍ରତିନିଧି ଆଶା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ରୁଷ ପ୍ରତିନିଧିଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ଅନୁଯାୟୀ ସେମାନଙ୍କ ରାଷ୍ଟ୍ର କୌଣସି ମେଣ୍ଟରେ ସାମିଲ ହେବନି। କିନ୍ତୁ ଏଥିପାଇଁ ସେମାନଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବା ଉଚିତ୍‌। ରୁଷ ଏହା ଉପରେ ବିଚାର କରି ଜଣାଇବ ବୋଲି ସେମାନେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: