ଏକତା ପରିଷଦ ତରଫରୁ ଔଷଧ ଓ ମାସ୍କ ବଣ୍ଟନ

ମୁନିଗୁଡା,୧୨/୬(ନନ୍ଦ କିଶୋର ପଟ୍ଟନାୟକ):କୋରାନର ଦ୍ଵିତୀୟ ଲୋହରୀରେ ବିବେଶ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅସହାୟ ଲୋକେ ପ୍ରଭାବିତ ହେଉଥିବ ବେଳେ ସେମାନଙ୍କ ଦୁଃଖ ବୁଝିବା ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା କରିବାକୁ ଆଗେଇ ଆସିଛି ଜନ ସଂଗଠନ ଏକତା ପରିଷଦ l ଏହି ଅବସରରେ ବିପତି ସହାୟତା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଏକତା ପରିଷଦ ଓ ସ୍ବେଛାସେବୀ ସଂସ୍ଥା ପ୍ରୟୋଗର ମିଳିତରେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ତଳଛେଳିଆନାଳ,ଡୁରୁକିଲିମା, କନ୍ଦମାଦାଖାଲ,ପାଇକମାଦାଖାଲ, ପଞ୍ଚୁବାଇ,ନିଆଳି ଆଦି ଗ୍ରାମରେ ପହଞ୍ଚି ଔଷଧ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ସ୍ବେଛାସେବୀ ସଂସ୍ଥା ପ୍ରୟୋଗର ଜିଲ୍ଲା ସଂଯୋଜିକା ମମତା ପ୍ରଧାନୀଙ୍କ ନେତୃତ୍ୱରେ ଏକତା ପରିଷଦ ରାଜ୍ୟ ପରିଚାଳନା କମିଟି ସଦସ୍ୟ ତଥା ପୂର୍ବତନ ରାୟଗଡା ଜିଲ୍ଲା ଉର୍ଣ୍ଣୟନ ପରିଷଦ ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା, ସ୍ବେଛାସେବୀ ଅନୁଷ୍ଠାନ ଆରସିଡିସିର ସଂଯୋଜକ ସୁଦର୍ଶନ ସାହୁ,ଧୋବା ନୁନ୍ଦ୍ରୁକା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଗ୍ରାମ ମାନଙ୍କରେ ବସବାସ କରୁଥିବା ବୃଦ୍ଧ-ବୃଦ୍ଧା, ଗର୍ଭବତୀ ଓ ପ୍ରସୂତି ମହିଳା,ଶିଶୁ ଓ ଭିର୍ନକ୍ଷମ ମାନଙ୍କୁ ପାରାସିଟାମେଲ ଟାବଲେଟ, ଭିଟାମିନ କ୍ୟାପସୁଲ, କଫ ସିରଫ ସହ ବିଭିନ୍ନ ଔଷଧ ଓ ମାସ୍କ, ସାନିଟାଈଜର ବଣ୍ଟନ କରିଥିଲେ l ପରେ ମାସ୍କ ବ୍ୟବହାର କରିବା,ସାମାଜିକ ଦୂରତା ରକ୍ଷା କରିବା,କୌଣସି ଜରୁରୀ କାମ ନଥିଲେ ବାହାରକୁ ନବାହାରିବା, ସବୁବେଳେ ସାବୁନରେ ହାତ ଧୋଇବା,ସାନିଟାଈଜର ସବୁବେଳେ ବ୍ୟବହାର କରିବା ଭୋଳି ବିଭିନ୍ନ କରୋନା ସମ୍ପର୍କିତ ଉପରେ ସଚେତନତା କରିବା ସହ ସମସ୍ତଙ୍କୁ ନିଜ ନିଜ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଶେଷରେ ଆଗାମୀ ଦିନରେ ଅନ୍ୟ ଗ୍ରାମ ମାନଙ୍କରେ ମଧ୍ୟ ବସବାସ କରୁଥିବା ବୃଦ୍ଧ-ବୃଦ୍ଧା, ଗର୍ଭବତୀ ଓ ପ୍ରସୂତି ମହିଳା,ଶିଶୁ ଓ ଭିର୍ନକ୍ଷମ ମାନଙ୍କୁ ଔଷଧ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି l

WhatsApp Image 2021 06 12 at 2.51.06 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: