ଏକତା ପରିଷଦ ତରଫରୁ ମର୍ଯ୍ୟାଦାତୀତ ଶ୍ରମ ଶିବିର ଆୟୋଜିତ

ମୁନିଗୁଡା:,୨୮/୧ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଏମ୍.ପାତ୍ରଗୁଡା ପଞ୍ଚାୟତ ଅନ୍ତର୍ଗତ ତଲଛେଳିଆନାଳ ଗ୍ରାମରେ ଜାତୀୟ ତଥା ଆନ୍ତର୍ଜାତିୟ ସ୍ତରରେ ଖ୍ୟାତି ସମ୍ପନ୍ନ ଗାନ୍ଧିବାଦୀ ଜନସଂଗଠନ ଏକତା ପରିଷଦ ତରଫରୁ ପଞ୍ଚଦିବସିୟ ମର୍ଯ୍ୟାଦାତୀତ ଏକ ଶ୍ରମଦାନ ଶିବିର ଆୟୋଜିତ ହୋଇଯାଇଛି। ଶ୍ରମ ଉପରେ ନିର୍ଭରଶୀଳ ଗ୍ରାମର ପଚାଶ ଜଣ ମହିଳା ଓ ପୁରୁଷ ଅନକୁଶଳୀ ଶ୍ରମଜୀବୀ ସେମାନଙ୍କର ଶ୍ରମଦାନ ଦ୍ୱାରା ଗ୍ରାମ ପୁଷ୍କରିଣୀର ପୁନଃରୁଧାର କରିବା ସହିତ ପ୍ରତିବଦଳରେ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ହିସାବରେ ଚାଉଳ, ଡାଲି,ଆଳୁ, ପିଆଜ, ତେଲ, ମଟରଚଣା,ସୋୟାବିନ,ହଳଦୀ,ଲଙ୍କା,ଧନିଆ ଆଦି ଗ୍ରହଣ କରିଛନ୍ତି।ପ୍ରୟୋଗ ତିଲଦାଙ୍କ ସହାୟତା କ୍ରମେ ଅନୁରୂପ ବ୍ଲକର ଅନ୍ୟ ତିନୋଟି ଗ୍ରାମରେ ଶ୍ରମ ଶିବିର ଆୟୋଜିତ କରାଯିବ ବୋଲି ଏକତା ପରିଷଦ ଓଡିଶା,ତାମିଲନାଡୁ ରାଜ୍ୟ ସଂଯୋଜକ ବିଜୟ କୁମାର ପ୍ରଧାନଙ୍କ ସୂତ୍ରରୁ ଜଣାପଡ଼ିଛି। ସାମଗ୍ରୀ ବଣ୍ଟନ ଅବସରରେ ପୂର୍ବତନ ଜିଲ୍ଲା ଉନ୍ନୟନ ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ନୁଁଦୃକା, ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା,ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ,ସମିତି ସଭ୍ୟ ରବି ନୁନ୍ଦ୍ରୁକା,ପୁଲକ ମହାନ୍ତି,ଏକତା ପରିଷଦ,ପ୍ରୟୋଗ ସମାଜସେବୀ ସଂସ୍ଥା ଏବଂ ଜର୍ମାନ କୋଅପରେସନ ଆଣ୍ଡ ୱେଲଟ ହଂଗଇ ହିଲେଫ ପ୍ରମୁଖ ସଙ୍ଗଠନକୁ କୋବିଡ଼-୧୯ ଦୁଃସ୍ଥିତିରେ ଏଭଳି ସହାୟତା ପାଇଁ ଗ୍ରାମବାସୀ ଧନ୍ୟବାଦ ଜଣାଇବା ସହ ଶ୍ରମଜୀବୀ ମାନଙ୍କୁ ଶ୍ରମ ବଦଳରେ ଖାଦ୍ୟ ସାମଗ୍ରୀ ଯୋଗାଇ ସେମାନଙ୍କ ମନରେ ନୂତନ ଆଶା ସଂଚାର କରିଥିବାରୁ ସାଧୁବାଦ ଜଣାଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସଂଯୋଜିକା ମମତା ପଧାନୀ, ଶ୍ରମିକ ନେତ୍ରୀ ଚଞ୍ଚଳା ବାଞ୍ଜେଳିକା ,ଦବା ନୁନ୍ଦ୍ରୁକା ସହଜିଗ କରିଥିଲେ।ଅତିଥିମାନେ ଶ୍ରମଦାନ ଶିବିରର ଶ୍ରମିକମାନଙ୍କୁ ପ୍ରସ୍ତୁତ ଶୁଖିଲା ସାମଗ୍ରୀ ଥଳି ବଣ୍ଟନ କରିଥିଲେ।

WhatsApp Image 2021 01 28 at 4.30.58 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: