ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି

ଭୁବନେଶ୍ୱର,୩।୩  :   ଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ୧୪ ମନ୍ଦିରର ଉନ୍ନତି ଲାଗି ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କହିଛନ୍ତି। ଶ୍ରୀମତୀ ଷଡଙ୍ଗୀ ଶୁକ୍ରବାର ଏଏସଆଇର ଅଧିକାରୀ ମାନଙ୍କ ସହ ଭୁବନେଶ୍ୱରର ୧୪ଟି ମନ୍ଦିର ପରିଦର୍ଶନ କରି ଏହା କହିଛନ୍ତି। ସେ ଏହି ସମୟରେ ଏହି ମନ୍ଦିର ମାନଙ୍କର ପୂଜକ ଓ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି ।ଏହା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିର ରୋଷ ଘର ଓ ଆଉ ୨ଟି ମନ୍ଦିରର ପୁନରୁଦ୍ଧାର ହେବ।ରୋଷ ଘର ଓ ୨ ମନ୍ଦିର ପୁନରୁଦ୍ଧାର ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଶିଶୁପାଳଗଡ଼ ଓ ବ୍ରହ୍ମେଶ୍ୱର ମନ୍ଦିର ମରାମତି ପାଇଁ ୨୫ ଲକ୍ଷ  ଟଙ୍କା ଖର୍ଚ୍ଚ ହେବ। ଭାସ୍କରେଶ୍ୱର ପାଇଁ ୩୦ ଲକ୍ଷ, ରାଜାରାଣୀ ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ସେହିପରି ଖଣ୍ଡଗିରି, ଉଦୟଗିରି ଗୁମ୍ଫା ନବୀକରଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ଶୁକଶାରୀ, ସହସ୍ରଲିଙ୍ଗ, ରାମେଶ୍ୱର ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବୈତାଲ ମନ୍ଦିର ଓ ପର୍ଶୁରାମ ମନ୍ଦିର ପାଇଁ ୩୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। ଖୁବ ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!