‘ଏକ୍ସପୋଜ୍‌’ ଜଣେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଗତିଶୀଳ….

ଭୁବନେଶ୍ଵର,୫/୫: ସଭ୍ୟ ସମାଜରେ ସତ ମିଛ ଓ ପାପ ପୂଣ୍ୟକୁ ନେଇ ଚାଲିଥିବା ଲଢ଼େଇରେ ଜଣେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଗତିଶୀଳ ହୋଇଛି ୱେବ୍‌ସିରିଜ୍‌ ‘ଏକ୍ସପୋଜ୍‌’ । ଯୁଦ୍ଧ ଭୂଇଁରେ ସମାଜର ବଡ଼ ପଣ୍ଡାମାନଙ୍କ ବିରାଧରେ ସାମ୍ବାଦିକଟିଏ ଲଢ଼େଇ କରି ଜିତୁଛି ନା’ ହାରିଯାଉଛି ତାକୁ ନେଇ ‘ଏକ୍ସପୋଜ୍‌’ ଆଗକୁ ବଢ଼ିଛି । ତେବେ ସାମ୍ବାଦିକଟିଏ ନିଜ ଜୀବନକୁ ପାଣି ଛଡ଼ାଇ ସମାଜରେ ଘଟୁଥିବା ବଡ଼ ଘୋଟାଲାର ପର୍ଦ୍ଦାଫାଶ କରି କିଭଳି ଟାର୍ଗେଟ୍‌ ହେଉଛି ତାହା ଏକ୍ସପୋଜ୍‌ରେ ଦେଖାଯାଇଛି । ଏହି ୱେବ୍‌ସିରିଜ୍‌ର ଟ୍ରେଲର୍‌ ସାମାଜିକ ଗଣମାଧ୍ୟମରେ ବିପ୍ଳବ ସୃଷ୍ଟି କରିଥିବା ବେଳେ ଓଟିଟି ଦୁନିଆରେ ଏହା ଏକ ମାଇଲ ଖୁଣ୍ଟ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଗତ ୨୪ ତାରିଖ ଦିନ ଏହା ଓଟିଟି କଞ୍ଚାଲଙ୍କାରେ ଷ୍ଟ୍ରିମିଂ ହୋଇ ଲୋକପ୍ରିୟତା ହାସଲ କରି ଚାଲିଛି । ଏହାର ମୁଖ୍ୟ ଭୂମିକାରେ ସୋମେଶ ମହାନ୍ତି ଓ ମେଘନା ମିଶ୍ର ଅଭିନୟ କରିଛନ୍ତି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି । କାହାଣୀ ଓ ଚିତ୍ରନାଟ୍ୟ ଅର୍ଚ୍ଚନା ଦାମହେ ପ୍ରସ୍ତୁତ କରିଥିବାବେଳେ ସଂଳାପ ଲେଖିଛନ୍ତି ଅଭିପ୍ସା । ବିଜୟ କାଣ୍ଡୋଇ ପ୍ରଯୋଜନା ଭାର ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: