ଏଟିଏମ୍‌କୁ ତାଡ଼ିଦେଲେ ଦୁବୃର୍ତ୍ତ

ରାଜକନିକା,୩/୬ : ରାଜକନିକା ବ୍ଳକ୍ ଅନ୍ତର୍ଗତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ପରିସରରେ ରହିଥିବା ଏସ୍‌ବିଆଇର ଏକ ଏଟିଏମ୍‌କୁ କେହି ଦୁବୃର୍ତ୍ତ ତାଡ଼ିଦେଇଥିବାର ରାଜକନିକା ଥାନାରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ବ୍ୟାଙ୍କ ପକ୍ଷରୁ ସିସିଟିଭି ଫୁଟେଜ୍ ଥାନାକୁ ହସ୍ତାନ୍ତର କରାଯାଇଛି । ହେଲେ ଏହି ଏଟିଏମ୍ ରେ ତାଡ଼ି ଦୁବୃର୍ତ୍ତମାନେ କେତେ ଟଙ୍କା ଲୁଟିନେଇଛନ୍ତି ତାହା ଜଣାପଡ଼ିନାହିଁ । ବ୍ୟାଙ୍କ ପକ୍ଷରୁ ଏହି ଘଟଣା ସଂପର୍କରେ ତନାଘନା ଆରମ୍ଭ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ରାଜକନିକାରେ ପୁଲିସ ଏକ ପ୍ରକାର ନିଷ୍କ୍ରିୟ ହୋଇପଡ଼ିବାରୁ ଦିନକୁ ଦିନ ଚୋରି,ଡ଼କାୟତି, ରାହାଜାନି ସହିତ ଲୁଟ୍‌ପାଟ ବଢ଼ିଚାଲିଛି । ଏହା ସହିତ ରାତି ସମୟରେ ପୁଲିସ ପେଟ୍ରୋଲିଂ ହେଉନଥିବାରୁ ଏଭଳି ଘଟଣା ଘଟିଥିବାର କୁହାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: