ଏପ୍ରିଲ ୧ ଯାଏଁ ଝଡ଼ବର୍ଷା, ଆଜିଠୁ ପଶ୍ଚିମା ଝଡ଼

ଭୁବନେଶ୍ୱର ; ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ବେଳେ ଆସନ୍ତାକାଲିଠୁ ଏହାର ପ୍ରଭାବ ଦେଖିବାକୁ ମିଳିବ । କାଲିଠୁ ଏପ୍ରିଲ୍ ପହିଲା ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଛି। ୩୧ରେ ସର୍ବାଧିକ ପ୍ରଭାବ ପଡ଼ିବ । ଝଡ଼-ପବନ ସହ ୭ରୁ ୧୧ ସେମି ବର୍ଷା ଏବଂ ବିଜୁଳି ଘଡଘଡି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଗତକାଲି କାଳବୈଶାଖୀ ବର୍ଷାରେ ଭୁବନେଶ୍ୱର ସିଆରପି ଛକରେ ବନ୍ୟା ସ୍ଥିତିର ଭ୍ରମ ସୃଷ୍ଟି ହୋଇଥିଲା । ସାମାନ୍ୟ ବର୍ଷାରେ ସିଆରପି ଛକଠାରୁ ଇସ୍କନ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ପାଣି ଭରି ଯାଇଥିଲା । ପ୍ରବଳ ବର୍ଷାରୁ ରାସ୍ତାରେ ଗୋଟିଏ କାରର ଅଧା ବୁଡି ଯାଇଥିଲା । ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନେକ ସମୟ ଧରି ଗାଡି ଗୁଡିକ ରାସ୍ତାରେ ଅଟକି ରହିଥିଲା । ତେବେ ରାସ୍ତାରୁ ପାଣି ହଟିବା ପରେ ଗାଡି ଚଳାଚଳ ପୁଣି ସ୍ୱାଭାବିକ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!