ବ୍ରହ୍ମପୁର(ମନୋଜ କୁମାର ପାତ୍ର),୨୮/୩ :ଏଫଏନଜିଓର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ଛତ୍ରପୁର ସ୍ଥିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ।ଉକ୍ତ ବୈଠକରେ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଯତ୍ନ କିପରି ନିଆ ଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା। ପଶୁପକ୍ଷୀ ଦୁର୍ଘଟଣାର ଶୀକାର କିମ୍ୱା ରୋଗଗ୍ରସ୍ତ ଅବସ୍ଥାରେ ପଡ଼ିଥିଲେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଦରକାର ହେଉଥିବା ଆମ୍ବୁଲାନ୍ସ ଓ ଚିକିତ୍ସା ଯୋଗାଇବା ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ପରିପ୍ରେକ୍ଷୀରେ ସିକନ୍ଦରାବାଦ ସ୍ଥିତ ଜିଭିକେ ସଂସ୍ଥାକୁ ପ୍ରଦାନ କରଯାଇଥିଲା । ଏହି ବୈଠକରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବରାଜ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶିବ କୁମାର ମହାନ୍ତି ଓ ଡାକ୍ତର ରବି ନାରାୟଣ ପଣ୍ଡା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ବେହେରାଙ୍କ ସମେତ ଏସପିସିଏ ସଦସ୍ୟ, ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |