ଏବିଭିପି ବ୍ରହ୍ମପୁର ଶାଖା ପକ୍ଷରୁ ନିଟ ପରୀକ୍ଷାର୍ଥୀଙ୍କ ପାଇଁ ସହାୟତା କେନ୍ଦ୍ର

ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ବର୍ତ୍ତମାନ କରୋନା ମହାମାରୀ ସମୟରେ ଏନଇଇଟି ପ୍ରବେଶିକା ପରୀକ୍ଷା ଦେବାପାଇଁ ବହୁ ଦୂର ଦୁରାନ୍ତରୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସହଯୋଗ କରାଯାଇଛି । ବର୍ତ୍ତମାନ ହେଉଥିବା ନିଟ ପରୀକ୍ଷା କୁ ସଠିକ ଭାବେ ପରିଚାଳନା କରବା ପାଇଁ ଏବିଭିପି ବ୍ରହ୍ମପୁର ଶାଖା ପକ୍ଷରୁ ନିସ୍ଟ କଲେଜ ରେ ହେଉଥିବା ଜେଇ କେନ୍ଦ୍ରରେ ହେଲ୍ପ ଡେସ୍କ ଲଗାଯାଇ ସାନିଟାଇଜେର ଦେବାର ବ୍ୟବସ୍ତା କରିବା ସହିତ ସେମାନଙ୍କୁ ପେନ ଓ ପାଣି ବୋତଲ ଦେବାର ବ୍ୟବସ୍ତା କରାଯାଇଛି ତତ୍ସହିତ ବିଦ୍ୟାର୍ଥୀ ମାନଙ୍କୁ ସମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ଓ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ଶୁଭେଛା ଜଣାଯାଇଥିଲା।ଏଥିରେ ରାଜ୍ୟ ଉପ ସଭାପତି ଶିବ ପ୍ରସାଦ ପାଢି, ନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟ ଛାତ୍ରନେତା ଅନିଲ କୁମାର ଦୋରା, ବିକ୍ରମ ଦାସ, ବୃନ୍ଦାବନ ମୁରୁଡ଼ି, କ୍ରୁଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

IMG 20200913 WA0039

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!