ନୂଆଦିଲ୍ଲୀ,୧/୬ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଙ୍କ ବିଗିଡିଲା ସ୍ଵାସ୍ଥ୍ୟାବସ୍ଥା। ଆଜି ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପ୍ରିଲ ମାସରେ ଶିକ୍ଷାମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ। ହେଲେ ଏବେ ପୋଷ୍ଟ କୋଭିଡ ସମସ୍ୟା ଦେଇ ଗତି କରୁଛନ୍ତି ଶିକ୍ଷାମନ୍ତ୍ରୀ। ପ୍ରକାଶ ଥାଉ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତ ଏପ୍ରିଲ ମାସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ଖୋଦ୍ ଟ୍ଵିଟ୍ କରି ସୂଚନା ଦେଇଥିଲେ। ସୂଚନାନୁଯାୟୀ, ଶିକ୍ଷାମନ୍ତ୍ରୀ ଆଜି ସିବିଏସଇ, ଆଇସିଏସି ସମେତ ବହୁ ଷ୍ଟେଟ୍ ବୋଡ୍ ଏବଂ ଦ୍ଵାଦଶ ପରୀକ୍ଷା ଉପରେ ନିଷ୍ପତ୍ତି ଶୁଣାଇଥାନ୍ତେ। ଗତ ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ମାମଲା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏପରିକି ସବୁ ରାଜ୍ୟ ଗୁଡିକୁ ନିଜ ନିଜ ଉତ୍ତର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ଏକ ସପ୍ତାହ ସମୟ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |