ବ୍ରହ୍ମପୁର-୨୬/୧(ମନୋଜ କୁମାର ପାତ୍ର) :ବ୍ରସ୍ଥିତ ମାତୃଶ୍ରୀ ଏଙ୍ଗଲୋ ଭେଦିକ୍ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ସହରର ହିଲପାଟଣା ଓ ବିଜିପୁର ଅଞ୍ଚଳ ବୁଲି ପରିବା ବିକାଳୀ, ରିକ୍ସାଚାଳକଙ୍କ ସମେତ ଗରିବ ଶ୍ରେଣୀର ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ନିମନ୍ତେ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ସ୍କୁଲ ପ୍ରିନ୍ସିପାଲ ରାମଚନ୍ଦ୍ର ମହାପାତ୍ର, ସଭାପତି ପ୍ରକାଶ ପଣ୍ଡା, ସମ୍ପାଦକ କୁମୁଦ ରଞ୍ଜନ ପାଢିଙ୍କ ସମେତ ବିଦ୍ୟାଳୟ ସ୍କାଉଟ୍ ଟିଚେର ଶ୍ରୀ ସୁରେଶ ଚନ୍ଦ୍ର ପାଢି ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |