ମାଲକାନଗିରି,୨୪/୦୫(ଶ୍ରୀନିବାସ ପଣ୍ଡା/ଭିକି ବାରିକ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ପୁଲିସ ଷ୍ଟେସନରେ ନୂତନ ଥାନା ଅଧୁକାରୀ ଭାବେ ଅଶୋକ କୁମାର ବିଶୋଇ ରବିବାର ଦିନ ଯୋଗଦାନ କରିଛନ୍ତି। ସୂଚନାଯୋଗ୍ୟ ଇନ୍ସପେକ୍ଟର ଅଶୋକ କୁମାର ବିଶୋଇ ରାୟଗଡା ଜିଲ୍ଲା ମୁନିଗୁଡା ରୁ ଆସି ଯୋଗଦାନ କରିଛନ୍ତି ।ପୂର୍ବରୁ ଦୀର୍ଘ ଦିନ ଧରି ଏମଭି – ୭୯ ଥାନାରେ କାର୍ଯ୍ୟ ତୁଲାଇଥିବା ଇନ୍ସପେକ୍ଟର ଶ୍ରୀ ଜନ କୁଜୁର ଙ୍କୁ ଅର୍କେଲ ବାଲିମେଳା ଥାନାକୁ ବଦଳି ହୋଇଥିବା ସୂଚନା ମିଳିଛି। ତାହା ସହିତ ଏମ ଭି ୭୯ ଥାନା ରେ ନୂତନ ଯୁବ OASI ଶ୍ରୀ ବିଚିତ୍ର ପ୍ରସାଦ ଜେନା ଏବଂ ମୀନକେତନ ପାତ୍ର ମଧ୍ୟ ଯୋଗଦାନ କରିବାର ସୂଚନା ମିଳିଛି । ଏମ ଭି ୭୯ ର ଆଇନଶୃଙ୍ଖଳା ପରିସ୍ଥିତି ଠିକ ରଖିବା , ଆଇନକୁ ସମ୍ମାନ ଦେଇ କାର୍ଯ୍ୟ କରିବା , ଥାନାକୁ ଆସୁଥିବା କିମ୍ବା ଥାନାର ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଶ୍ରୀ ଅଶୋକ କୁମାର ବିଶୋଇ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |