‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ଓସ୍କାର ପୁରସ୍କାର

ଲସଏଞ୍ଜେଲସ, : ଆମେରିକାର ଲସଏଞ୍ଜେଲସରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ଭାରତ ୨୦୨୩ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି। ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଛି । ସେହିପରି ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମଧ୍ୟ ଓସ୍କାର ପୁରସ୍କାର ମିଳିଛି।

ପ୍ରଥମେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଥିଲା । ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କକୁ ନେଇ ତାମିଲ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । ୩୯ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଥିଲା। ଏଥିରେ ଭାରତୀୟ ଜଙ୍ଗଲର ସନୋରମ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁନ୍ଦର ଭାବେ ଦର୍ଶଯାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ବର୍ଗରେ ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ  କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ତେବେ ଏହି ସମୟରେ ‘ଅରଆରଆର’ର ନାଟୁନାଟୁ… ଗୀତକୁ ନେଇ ଚୟନକର୍ତ୍ତା ଓ ଅନ୍ୟମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ପୁରସ୍କାର ସଂପର୍କରେ ନାଟୁନାଟୁ… ଗୀତକୁ ନେଇ ପ୍ରସ୍ତୁତ ପେଜେଣ୍ଟେସନ ସମୟରେ ସମେସ୍ତ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା।

ପରେ ପ୍ରସିଦ୍ଧ ନିର୍ମାତା ନିର୍ଦେଶକ ଏସ .ଏସ ରାଜମୌଲିଙ୍କ ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ଓସ୍କାର ପୁରସ୍କାର ସଂପର୍କରେ ଘୋଷଣା କରାଯାଇଥିଲା । ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ଓସ୍କାର ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି।ରାଜମୌଲିଙ୍କ ପାଖକୁ ଶୁଭେଚ୍ଛା ସ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!