କେନ୍ଦୁଝର ,୧୭/୦୬: ନିଖୋଜ ନାବାଳିକାକୁ ପାଇବା ଦାବି ନେଇ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଅଫିସ ଆଗରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ କୌଣସି ଅଘଟଣ ଘଟିବା ଆଗରୁ ମହିଳାଙ୍କୁ ନିଜ ଆୟତ୍ତକୁ ନେଇଛି ପୋଲିସ । ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନା ବାଳିକା ନିଖୋଜ ହେବା ଘଟଣା ପରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନାରୁ କୌଣସି ସୁଫଳ ନ ପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲେ । ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ହତାସ ହୋଇ ମା ଆଜି ବାଧ୍ୟ ହୋଇ ଏସପି ଅଫିସ୍ ସମ୍ମୁଖରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଠିକ ସମୟରେ ପୋଲିସ ପହଞ୍ଚି ଆତ୍ମହତ୍ୟାରୁ ତାଙ୍କୁ ବାରଣ କରିବାରେ ସଫଳ ହୋଇଥିଲେ । ହେଲେ ଝିଅକୁ ଖୋଜି ନଆଣିବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇ ଥିଲେ । ଆଉ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନ ପାଇବାରୁ ବାଧ୍ୟ ହୋଇ ଏସପି ଅଫିସ୍ ଆଗରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ପୋଲିସ ଏହାକୁ ଅଟକାଇ ଦେଇଛି, ମହିଳା ଜଣଙ୍କ ଏବେ ବି ନିଜ ଜିଦରେ ଅଟଳ ମୋ ଝିଅକୁ ଆଣିଦିଅ ।ମହିଳା ଜଣଙ୍କ ଏସପିଙ୍କୁ ଭେଟିବାକୁ ଜିଦ କରିବାରୁ ତାଙ୍କୁ ଏସପିଙ୍କୁ ଭେଟିବାକୁ ଦିଆଯାଇଥିଲା । ଏସପିଙ୍କୁ ଭେଟି ବାହାରକୁ ଆସି ମହିଳା ଜଣଙ୍କ କହିଥିଲେ ଅପହରଣକାରିକୁ ଆଗ ଗିରଫ କରାଯିବ ବୋଲି କହିଛନ୍ତି । ତାପରେ ତାଙ୍କ ଝିଅକୁ ଖୋଜାଯିବ । ହେଲେ ଝିଅକୁ ଖୁବ୍ ଶିଘ୍ର ଖୋଜି ଆଣିବାକୁ ପୋଲିସକୁ କୁହାଯାଇଥିବା ଏସପି କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |