ଏସବିଆଇ ପକ୍ଷରୁ ୫ଟି ୱାଟର ଡିସପେନ୍ସର ପ୍ରଦାନ ଉପକୃତ ହେବେ ଚିକିତ୍ସାଧୀନ କୋଭିଡ୍ ରୋଗୀ

ରାୟଗଡା, ୨୭। ୫(ଗୁରୁପ୍ରସାଦ ସାହୁ)ମହାମାରୀ କରୋନା ମୁକାବିଲାରେ ରାୟଗଡ ଜିଲ୍ଳା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଆବଶ୍ୟକ ପଡୁଥିବା ଭଳି କିଛି ଉପକରଣ ପ୍ରଦାନ କରି ସହଯୋଗର ହାତ ବଢେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଫାଉଣ୍ଡେସନ । ରାୟଗଡ ସହରରେ ଥିବା ଏସବିଆଇ ମୁଖ୍ୟ ଶାଖା ଏବଂ ଏସବିଆଇ ଫାଉଣ୍ଡେସନ ପକ୍ଷରୁ ୮ଲିଟର କ୍ଷମତା ବିଶିଷ୍ଠ ୫ଟି ୱାଟର ଡିସପେନ୍ସର,୪୦ଗୋଟି ଡକ୍ଟର କ୍ୟାପ୍ ଏବଂ ୨ଗୋଟି ଆଲୁମିନିୟମ ସଡି ମୋଟ ୧ଲକ୍ଷ ୬୭ହଜାର ଟଙ୍କାର ଉପକରଣଗୁଡିକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆଜି ପ୍ରଶାସନକୁ ପ୍ରଦାନ କରାଯାଇଛି । ଫଳରେ ଚିକିତ୍ସାଧୀନ ରୋଗୀମାନେ ବହୁତ ଉପକୃତ ହୋଇପାରିବେ । ଏସବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଉପକରଣ ରୋଗୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବାରୁ ଜିଲ୍ଳାପାଳ ଶ୍ରୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ଏସବିଆଇ କର୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଳାରେ ଥିବା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ ରୋଗୀମାନଙ୍କୁ ଗରମ ପାନୀୟ ଜଳର ଆବଶ୍ୟକତା ରହୁଥିବାରୁ ଏହାକୁ ହୃଦୟଙ୍ଗମ କରି ଏସବିଆଇ ପକ୍ଷରୁ ଦାନ କରିଛନ୍ତି । ଏହି ଉପକରଣ ପ୍ରଦାନ ବେଳେ ରାୟଗଡ ଏସବିଆଇ’ର ତତ୍କାଳନୀ ଆଂଚଳିକ ପ୍ରବନ୍ଧକ ମାନସ ରଂଜନ ପ୍ରଧାନ,ଏଜିଏମ ସିଦ୍ଧାର୍ଥ ମାଇତି,ନୂତନ ଆଂଚଳିକ ପ୍ରବନ୍ଧକ ଶଶାଙ୍କ ଶେଖର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: