ଏସିଆ କପ୍ : କୋହଲିଙ୍କ ଅର୍ଦ୍ଧଶତକ,ପାକିସ୍ତାନକୁ ଟାର୍ଗେଟ ୧୮୨

ଦୁବାଇ,୦୪/୦୯: ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି  କ୍ରମାଗତ ୨ୟ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି ।ପ୍ରଥମ ଇନିଂଶରେ ୭ ଓ୍ବିକେଟ ହରାଇ ଭାରତ କରିଛି ୧୮୧ ରନ୍‌। ଏସିଆ କପର ଆଜିର ମୁକାବିଲାରେ ଭାରତ ଟସ୍ ହାରିବା ପରେ ପାକିସ୍ତାନର ନିଷ୍ପତ୍ତି ମୁତାବକ ବ୍ୟାଟିଂ କରିଥିଲା। ୨୦ ଓଭର ଖେଳି ଭାରତୀୟ ଟିମ୍ ୭ ୱିକେଟ ହରାଇ ୧୮୧ ରନ୍ କରିଥିଲା। ଓପନର ରୋହିତ ଶର୍ମା (କ୍ୟାପଟେନ୍) ଓ କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍) ୨୮ ଲେଖାଏଁ ରନ୍ କରି ଆଉଟ ହୋଇଥିଲେ।
ଭାରତ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ବିସ୍ଫୋରକ ଆରମ୍ଭ ସତ୍ବେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ୨୮ ରନ ଲେଖାଏଁ କରିଛନ୍ତି। ପାକିସ୍ତାନ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି। ମାତ୍ର ୭ ଦିନର ବ୍ୟବଧାନରେ ପୁଣି ଥରେ ସାମ୍ନା ସାମ୍ନି ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ। ପୁଣି ରାହୁଲ ଭଲ ଫର୍ମରେ ନଜର ଆସୁଥିଲେ ହେଁ ଅଧିକ ସମୟ କ୍ରିଜରେ ଜମି ପାରିନଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।ସୂର୍ଯ୍ୟକୁମାର ଯାଦବ ୧୩ ରନ , ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୦ ରନ କରି ଆଉଟ ହେବା ଦ୍ବାରା ଦଳୀୟ ରନ ଗତି କମିଯାଇଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: