ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସି୍‌ ସେମିରେ ସିନ୍ଧୁ

ମାନିଲା   ,୩୦/୦୪:ଦୁଇ ଥର ଅଲିମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ  ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନଶିପର ମହିଳା ଏକକ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟର ସହିତ ସିନ୍ଧୁ ମହାଦ୍ୱିପୀୟ ଚାମ୍ପିଅନଶିପରେ ନିଜ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି । ଏଶୁକ୍ରବାର ଦିନ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ଚୀନର ବିଙ୍ଗ ଜିଆଓଙ୍କୁ ୨୧-୯,୧୩- ୨୧, ୨୧-୯ରେ ପରାସ୍ତ କରିଛନ୍ତି । ଏହି ବିଜୟ ହାସଲ ପାଇଁ ସିନ୍ଧୁ ୧ ଘଣ୍ଟା ୧୬ ମିନିଟ ଧରି ଲଢ଼େଇ କରିବାକୁ ପଡିଥିଲା|ହି ଟୁର୍ଣ୍ଣାମେଣ୍ଟ କୋଭିଡ ମହାମାରୀ କାରଣରୁ ୨ ବର୍ଷର ବ୍ୟବଧାନରେ ଖେଳାଯାଉଛି ।  ସିନ୍ଧୁ ୧ ଘଣ୍ଟା ୧୬ ମିନିଟ ପର୍ଯ୍ୟନ୍ତ ଚାଲିଥିବା କ୍ୱାର୍ଟର ଫାଇନାଲରେ ୫ମ ୱରିୟତା ପ୍ରାପ୍ତ ଖେଳାଳିକୁ ୨୧-୯, ୧୩-୨୧, ୨୧-୧୯ରେ ପରାଜିତ କରିଛନ୍ତି । ବିଶ୍ୱର ୭ ନମ୍ବର ଖେଳାଳି ସିନ୍ଧୁଙ୍କ ଏହି ମ୍ୟାଚ ପୂର୍ବରୁ ବିଙ୍ଗ ଜିୟାଓଙ୍କ ବିରୋଧରେ ବିଜୟ ରେକର୍ଡ ୭-୯ ଥିଲା । ସେ ପୂର୍ବରୁ ୨ଟି ମୁକାବିଲାରେ ହରାଇ ସାରିଥିଲେ ।  ସିନ୍ଧୁ ପ୍ରଥମ ଗେମରେ ବିନା ସମୟ ନଷ୍ଟ କରି ୧୧-୨ରେ ଆଗୁଆ ଥିଲେ । ପରେ ସଫଳ ଅଭିଯାନ ଜାରି ରଖି ମ୍ୟାଚରେ ୧-୦ରେ ଅଗ୍ରଣୀ ରହିଥିଲେ । ବିଙ୍ଗ ଜିୟାଓ କିନ୍ତୁ ୨ୟ ଗେମରେ ଭଳ ପ୍ରଦର୍ଶନ କରିଥିଲେ ଏବଂ ୬-୪ରେ ଆଗୁଆକୁ ୧୧-୧୦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ବ୍ରେକ ପରେ ଚୀନର ଖେଳାଳି ୧୯-୧୨ ବଢ଼ାଇ ମ୍ୟାଚକୁ ୧-୧ରେ ଡ୍ର କରିଥିଲେ । ନିର୍ଣ୍ଣାୟକ ଗେମ ପର୍ଯ୍ୟନ୍ତ ଖେଳ ୨-୨ରେ ଥିଲା । ସିନ୍ଧୁ ନିଜର କ୍ରସ-କୋର୍ଟ ରସ୍ମେଶରେ ପଏଣ୍ଟ ବଢ଼ାଇଲେ ଏବଂ ବ୍ରେକ ପରେ ୧୧-୫ ଆଗୁଆ ହୋଇଗଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: