ଏସିଏଫ୍‌ ସୌମ୍ୟଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ ପାଳନ

ଖଇରା ୦୯/୦୯: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ ପାଳନ। ଗଜପତି ପୁଲିସ ୩୨ ଦିନ ଧରି ତଦନ୍ତ କଲା, ମାତ୍ର କିଛି ସୁଫଳ ମିଳିଲାନି । ପରେ ଉକ୍ତ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କରୁଛି । କ୍ରାଇମବ୍ରାଞ୍ଚ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ବୁଲି ବୁଲି ବୟାନ ରେକର୍ଡ କରୁଛି । ହେଲେ ଆଜି ଯାଏ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ପାରିନି । ଏପରିସ୍ଥଳେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟାଭିଡ଼ି ଆଗକୁ ଆସିଛନ୍ତି ଖଇରା ଅଞ୍ଚଳବାସୀ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ । ଏନେଇ ଗୁରୁବାର ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ରୁ ଦିନ ୧୨ ଯାଏ ଦୋକାନ ବଜାର ବନ୍ଦ । ଯୁବ ଏସିଏଫଓ ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବିରେ ଛଅ ଘଣ୍ଟିଆ ଖଇରା ବନ୍ଦ କରାଯାଇଛି । ରବିବାର ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ଏକ ବୈଠକ ଖଇରା ଦୁର୍ଗା ମଣ୍ଡପ ପରିସରରେ ବସିଥିଲା । ସୌମ୍ୟରଞ୍ଜନଙ୍କ ପରିବାର ସହିତ ପ୍ରଶାସନ ଏବଂ ଓଡିଶା ସରକାର ଲୁଚକାଳି ଖେଳୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି । ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ୯ ତାରିଖ ଖଇରା ବନ୍ଦ ଡାକରା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: