ବ୍ରହ୍ମପୁର,୧୬/୯(ମନୋଜ ପାତ୍ର):ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ଏମ୍.ଆଇ.ଟି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ହିଲପାଟଣା ସ୍ଥିତ ବୃନ୍ଦାବନ ମେମୋରିଆଲ ଆଇଟିସି ଓ ଆଙ୍କୁଶପୁର ସ୍ଥିତ ଡିପ୍ଲୋମା ଇଂଜିନିୟରିଂ, ହିଂଜିଲିକାଟୁ ସ୍ଥିତ ଏସଏମ୍ଆଇଟି ଆଇ.ଟି.ସିରେ ପ୍ରତି ବର୍ଷ ଭଳି ଚଳିତବର୍ଷ ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଡ଼ଃ.ଭଗବାନ ଗନ୍ତାୟତଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧକ୍ଷା, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏବଂ ସମସ୍ତ ଅନୁଷ୍ଠାନରେ ପୂଜାପାଠ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |