ଭୁବନେଶ୍ଵର,୧୩।୦୫: ଋତୁ ବଦଳିଲେ ଥଣ୍ଡା ଜ୍ବର ମଧ୍ୟ ଲାଗି ରୁହେ । ଯାହାଫଳରେ ଶରୀରର ତାପମାତ୍ରା ବଢିଥାଏ ତ ଆଉ କେତେବେଳେ କମିଥାଏ। ଯାହା ଆମେ ଅନୁଭବ କରୁ । ଏହି ସମୟରେ, ହଜମ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯାହାକୁ ଏଡାଇବା ପାଇଁ ଫଳ ଖାଇବା ଉଚିତ୍ । ଯଦି ଇମ୍ୟୁନିଟି କମିବାରେ ଯୋଗୁଁ ଜ୍ବର ଆସେ ତାହାଲେ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ । ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ । ତେବେ ଏପରି ପରିସ୍ଥିତିରେ ଆପଣଙ୍କୁ ଏପରି କିଛି ଫଳ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ ଏବଂ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ଫଳ ବିଷୟରେ…
କମଳା –ଫଳଗୁଡ଼ିକ ମଧ୍ୟରେ ଆପଣ କମଳା ଉପଯୁକ୍ତ ଫଳ ବୋଲି କୁହାଯାଏ । ଏହାକୁ ପ୍ରଚୁର ପରିମାଣରେ ଖାଇବା ଉଚିତ୍ । କମଳା ରେ ଭିଟାମିନ୍ ସିର ମାତ୍ରା ଥାଏ । ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ପ୍ରତିଦିନ ଦୁଇରୁ ତିନିଟି କମଳା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଖୁବ୍ ଶୀଘ୍ର ହୁଏ।
ବେରିଜ୍-ଜ୍ୱର ସମୟରେ ଆପଣ ନିଜ ଖାଦ୍ୟରେ ଷ୍ଟ୍ରବେରି, ରସବେରି, ବ୍ଲୁବେରି ମଧ୍ୟ ସାମିଲ କରିପାରିବେ। ବେରିଜ୍ରେ ଫାଇବର, ଭିଟାମିନ୍ ସିର ମାତ୍ରା ରହିଥାଏ । ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ଜୁସ୍ କରି ମଧ୍ୟ ଖାଇପାରିବେ ।
ଆମ୍ବ – ଆମ୍ବରେ ଜଳର ମାତ୍ରା ଅଧିକ ରହିଥାଏ। ଆମ୍ବରେ ଭଲ ପରିମାଣର ଭିଟାମିନ୍ ସି ଥାଏ। କିନ୍ତୁ ସେଥିରେ ଫାଇବରର ମାତ୍ରା ମଧ୍ୟ ରହିଥାଏ । ଏହି ଫଳଗୁଡ଼ିକ ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ।
କିୱି-କିୱିରେ ଭିଟାମିନ୍ ସି ଏବଂ ଇ ରହିଥାଏ। କିୱିରେ ପାଥୋଜେନ ରହିଥାଏ। ଯାହା ଆମକୁ କ୍ଷତି ପହଞ୍ଚାଏ। ଏହାର ବ୍ୟବହାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଲେମ୍ବୁ –ଜ୍ୱର ହେଲେ ଲେମ୍ବୁ ରସ ନିଶ୍ଚିତ ଭାବରେ ପିଅନ୍ତୁ । ଏଥିରେ ଅଧିକ ପରିମାଣର ଭିଟାମିନ୍ ସି ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। କିଛି ମାତ୍ରାରେ ଜୀବାଣୁ ହ୍ରାସ କରିବାରେ ଶକ୍ତି ଦେଇଥାଏ। ଲେମ୍ବୁ ରସକୁ ଉଷୁମ ପାଣିରେ ମିଶାଇ ଏହାକୁ ପିଇପାରିବେ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |