ଏ ପି ପି ଆଇ ଓ ହର୍ଷ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ମୁନିଗୁଡା,୮/୬ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକରେ ଦିନକୁ ଦିନ ବଢିଚାଲିଛି କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା I ତେଣୁ ଏହି ଲକ ଡାଉନ ଓ ସଟ ଡାଉନ କୁ ଆଖି ଆଗରେ ରଖି ଅସହାୟ ଓ କୋଭିଡ ଆକ୍ରାନ୍ତ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛି ସ୍ବେଛାସେବୀ ଅନୁଷ୍ଠାନ ଏ ପି ପି ଆଇ ଓ ହର୍ଷ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମ ଦିନରେ ଶିବପଦର ପଞ୍ଚାୟତର ହାତୀପଦର ଗ୍ରାମରେ ୩୪ ଜଣ କୋଭିଡ ଆକ୍ରାନ୍ତ ପରିବାର ଓ ମୁନିଖୋଲ ପଞ୍ଚାୟତର ଶକଟା ଗ୍ରାମରେ ୨୬ ଗରିବ ଓ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଶିବପଦର ପଞ୍ଚାୟତର ସରପଞ୍ଚ ଭବାନୀ ଜାକେସିକା,ପଞ୍ଚାୟତ ପି.ଇ.ଓ ଶିବପଦର ରବି ନାରାୟଣ ସାହୁ ,ହର୍ଷ ଟ୍ରଷ୍ଟ ଟିମ ଲିଡର ଘନଶ୍ୟାମ ବାରିକ, ଏକଜିକ୍ୟୁଟିଭ ଲଷ୍ମୀନାରାୟଣ ରାଓ ,ଉଦ୍ଧବ ସାହୁ , ଧ୍ରୁବଚରଣ କୁଲମପେଦା , ପୁଷ୍ପାଞ୍ଜଳି ପାଇକ ଏବଂ ସି.ଏସ.ପି ଅନିଲ ସିକକା ଯୋଗଦାନ କରିଥିଲେ I ଆଗାମୀ ୫ ଦିନ ମଧ୍ୟରେ ବ୍ଲକର ୩୦୦ ପରିବାରକୁ ଏହି ଶୁଖିଲା ଖାଦ୍ୟ ଯଥା- ୨ କେ.ଜି ଚୂଡ଼ା, ୨ କେ.ଜି ସୋୟାବିନ,୨ କେ.ଜି ହରଡ ଡାଲି, ୧ କେ.ଜି ଚିନି ଓ ୧ ଲିଟର ରିଫାଇନ ତେଲ ପ୍ରତି ପରବରକୁ ଯୋଗାଇ ଦିଆଯିବ ବୋଲି ହର୍ଷ ଟ୍ରଷ୍ଟ ର ଜିଲ୍ଲା ସଂଯୋଜକ ଶ୍ରୀ ଶରତ କୁମାର ସାହୁ କହିଛନ୍ତି I

WhatsApp Image 2021 06 08 at 1.00.07 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: