ଆଯ୍ୟୋଧ୍ୟା,୫/୮ : ଐତିହାସିକ ରାମ ଜନ୍ମ ଭୂମିର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବ୍ୟ ଭୂମି ପୂଜନ ରେ ଦୀର୍ଘ ୪୦ମିନିଟ୍ ଧରି ସୋତନ୍ତ୍ର ଯଜ୍ଞ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହା ସହିତ ରୂପରେ ନିର୍ମିତ ସୋତନ୍ତ୍ର ଶିଳାଲେଖ କୁ ମୋଦି ସେଠାରେ ସ୍ଥାପନ କରିଥିଲେ । ମୋଦି ଙ୍କ ସହିତ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ,ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ , RSS ମୁଖ୍ୟ ମୋହନ ଭଗବତ୍ ଙ୍କ ସହିତ ରାମ ଲାଲା ଙ୍କ ପୁରୋହିତ ଉପସ୍ଥିତ ଥିଲେ ।ଏହା ପରେ ମୋଦି ସେଠାରେ ଉପସ୍ଥିତ ଥିବା ଦେଶର ବହୁ ସାଧୁ ସନ୍ଥଙ୍କ ସହିତ ରାଜନେତା ମାନଙ୍କୁ ରାମ ଜନ୍ମ ଭୂମି ସମାରୋହରେ ରେ ପହଞ୍ଚି ସେମାନଙ୍କୁ ଉଦବୋଧନ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |