ମାଲକାନଗିରି, (ଶ୍ରୀନିବାସ ପଣ୍ଡା ) ୧୧/୦୭ :- ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ, ରାଜ୍ୟ ସ୍ଥରୀୟ ସ୍ୱର୍ଣ୍ଣ କ୍ଷେତ୍ର ଦିବସ ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍କୁଲ ସ୍ଥରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହେଇସାରିଛି। ସେଇ ଉପଲକ୍ଷେ ମାଲକାନଗିରି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ, ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହେଇଯାଇଛି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ସାହିତ୍ୟ ଏବଂ ସଂସ୍କୃତି ପ୍ରତି ଆଗ୍ରହ ଭାବ ସୃଷ୍ଟି କରିବା। ସେଥିପାଇଁ ମାଲକାନଗିରି ସଂସ୍କୃତି ବିଭାଗ ବିଧିବଦ୍ଧ ଭାବେ ପ୍ରସ୍ତୁତି କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ କବିତା, ପ୍ରବନ୍ଧ,ବକ୍ତୃତା ଏବଂ ସାଧାରଣ ଜ୍ଞାନ ପରି ବିଷୟ ମାନଙ୍କ ଉପରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ସମାପନ କରିସାରିଛି। ପ୍ରତିଯୋଗିତା ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ଏବଂ ବରିଷ୍ଠ ପ୍ରତିଯୋଗୀ ମାନେ ଓଡିଶା ସାହିତ୍ୟ ଏକାଡେମୀ ସ୍ୱର୍ଣ୍ଣ କ୍ଷେତ୍ର ଦିବସରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପ୍ରକାଶ। ସେଥିପାଇଁ କନିଷ୍ଠ ଛାତ୍ରଛାତ୍ରୀ ୧୦/୭/୨୨ ଏବଂ ବରିଷ୍ଠ ଛାତ୍ରଛାତ୍ରୀ ମାନେ ୧୭/୭/୨୨ ରେ ରାଜ୍ୟ ସ୍ଥରୀୟ କାର୍ଯ୍ୟକ୍ରମରେ ଭାଗନେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |