ଭୁବନେଶ୍ୱର,୫/୯: ଆଜି ଗୁରୁ ଦିବସ। ଗୁରୁଙ୍କ ପୂଜନ ପାଇଁ ଦିନଟିଏ। ଦେଶ ଓ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଆଜି ଗୁରୁ ଦିବସ ପାଳିତ ହେଉଛି। କୋଭିଡ୍ କଟକଣା ଭିତରେ ବିଭିନ୍ନ ସ୍କୁଲରେ ଆଜି ଗୁରୁ ଦିବସ ପାଳିତ ହୋଇଛି। କେଉଁ ସ୍କୁଲରେ ଭର୍ଚୁଆଲ୍ ମୋଡରେ ଗୁରୁ ଦିବସ ପାଳ ନ ହୋଇଥିବା ବେଲେ ଆଉ କିଛି ସ୍କୁଲରେ ସ୍ପଳ୍ପ ସଂଖ୍ୟକ ପିଲାକୁ ନେଇ ଗୁରୁଦିବସ ପାଳନ ହୋଇଛି। ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦେଶର ୪୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର- ୨୦୨୧ ସମ୍ମାନିତ କରାଯାଇଛି। ଏହି ୪୪ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଶିକ୍ଷକ ଅଛନ୍ତି। ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ କଣମଣା ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି।ଭର୍ଚୁଆଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୮୮୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ଦେଶର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |