ଭୁବନେଶ୍ବର, ୧୨।୫ :ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ୍ ୧୦ ତାରିଖରେ ରାଜ୍ୟରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମେ’ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ମେ’ ୩୧ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୩ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ ଏହି ୩ଟି ଆସନ ଲାଗି ନିର୍ବାଚନ ହେଉଛି। ଓଡ଼ିଶାର ୩ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ। ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ମେ ୨୪ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୩୧ରେ ନାମାଙ୍କନ ଦାଖଲ ଶେଷ ତାରିଖ। ଜୁନ ପହିଲାରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ ୩ରେ ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ତାରିଖ। ଜୁନ ୧୦ରେ ୩ ଆସନ ପାଇଁ ହେବ ନିର୍ବାଚନ। ଜୁନ ୧୦ ସନ୍ଧ୍ୟା ୫ଟାରେ ଭୋଟ ଗଣତି ହେବ । ୧୫ଟି ରାଜ୍ୟର ମୋଟ ୫୫ ରାଜ୍ୟସଭା ସିଟ୍ ପାଇଁ ହେବ ମତଦାନ। ଓଡିଶା ସମତେ ୧୫ଟି ରାଜ୍ୟରେ ହେବ ନିର୍ବାଚନ। ୟୁପିର ସର୍ବାଧିକ ୧୧ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |