ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ବିମାନ ବନ୍ଦର ପ୍ରତିଷ୍ଠା ଦାବି

ବ୍ରହ୍ମପୁର,୨୮/୧(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡୋମେଷ୍ଟିକ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଗତ ୧୫ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ ଦାବି କରାଯାଉଥିବା ବେଳେ ଗତ ୬ ମାସଧରି ପ୍ରତିବାଦ ସଭା, ରାଲି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଜନ ସଚେତନତା ସଭା କାର୍ଯ୍ୟକ୍ରମ କରାଯାଇ ମାନନୀୟ ପ୍ରଧାନମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନସଚିବ,ବରିଷ୍ଠ ଅଧିକାରୀ, ଲୋକ ପ୍ରତିିନିଧି, ଗଞ୍ଜାମ ଜିଲ୍ଲପାଳ ଓ ଅନ୍ୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଚାଲୁ ରହିଛି। କିନ୍ତୁ ଅଦ୍ୟାପି ବିମାନ ବନ୍ଦର ପ୍ରତିଷ୍ଠା ର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ଆମ ଦାବି ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ଗତ ବୈଠକରେ ନିଷ୍ପତ୍ତି ଅନୁଯାଇ ଆଜି ସନ୍ଧ୍ୟା ୫ଟାରେ ଏକ ବିରାଟ ଜନ ସଚେତନତା ସଭା ବ୍ରହ୍ମପୁର ସ୍ଥିତ ବଡବଜାର ଦେଶିବେହେରା ସାହି ଠାରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ସାମ୍ନାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଫୋରମ୍ ର ସଚିବ ସ୍ଵରାଜ୍ୟ ସାହୁ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ଟୁନା ମହାରଣା, ପ୍ରକାଶ ପ୍ରଧାନ, ସୋମେଶ୍ୱର ରାଓ, ଭିଏସ୍ ବାଶନ୍, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଗଣ ସଂଗଠନ ର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣ ସଂଗଠନ ର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ,ବନମାଳୀ ଅଜୟ,ନେହାଲ ଭି,ମନୋରଞ୍ଜନ ପଣ୍ଡା, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ,ଗୁରୁଦତ୍ତ ପଣ୍ଡା, ବାଳକୃଷ୍ଣ ସାମନ୍ତରାୟ,ଅବିଭାବକ ମହାସଂଘ ର ମଧୁସୂଦନ ସାହୁ,ଋଷିକୁଲ୍ୟା କୃଷକ ମହାସଂଘ-ଆସିକା ର କାର୍ତ୍ତିକ ନାରାୟଣ ସ୍ୱାଇଁ,ଡିଭାଇନ୍ ଚାରିଟି ର ବିରଞ୍ଚି ନାରାୟଣ ସାହୁ, ୟୁଏନ୍ଏନ୍ଏସ୍ ବୁଗୁଡା, ବିିଶ୍ଵବିଦ୍ୟାଳୟ ଓ ଅନ୍ୟ କଲେଜ ର ଛାତ୍ର ଓ ପୂର୍ବଛାତ୍ର, ଗଞ୍ଜାମ ଜିଲ୍ଲା ଏେଜନ୍ଟ ସଂଘ ଓ ଅନ୍ୟ ଗଣ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଫୋରମ ର ସଦସ୍ୟ ଗଣ ବିମାନ ଚଳାଚଳ ବିଭାଗ ଏବଂ ଓଡିଶା ସରକାର ମିଳିତ ଭାବେ ଉଡାନ୍ ଯୋଜନା ଅନ୍ତର୍ଗତ ରାଉରେକଲା (ଯାହା ଝାରର୍ସୁଗୁଡା ବିମାନ ବନ୍ଦର ଠାରୁ ମାତ୍ର ୯୦ କିମି ଦୂରେର ଅବସ୍ଥିତ), ଉତ୍କେଲା, ପୁରୀ ଯାହା ଭୁବନେଶ୍ଵର ଠାରୁ ମାତ୍ର ୫୯ କିମି ଦୂରରେ ଅବସ୍ଥିତ,ପାରାଦ୍ୱୀପ,ଜୟପୁର ଭଳି ଛୋଟ ଛୋଟ ସହର ରେ ବିମାନ ବନ୍ଦର ପ୍ରତିଷ୍ଠା କରୁଛନ୍ତି,କିନ୍ତୁ ବ୍ରହ୍ମପୁର ମହାନଗର ଯାହା ଓଡିଶା ର ଦ୍ଵିତୀୟ ବୃହତ୍ତମ ସହରୀ କ୍ଲଷ୍ଟର ଏବଂ ଭାରତର ପୂର୍ବ ଉପକୂଳର ଏକ ଉଦୀୟମାନ ସହର ସେଠି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପାତର ଅନ୍ତର ନିତି ଅବଲମ୍ବନ କରୁଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ।ଜନ ସଚେତନତା ମାଧ୍ୟମରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠା କୁ ତ୍ବରାନ୍ବିତ କରିବା ଓ ସରକାରି ଅବେହଳା ରୁ ଜିଲ୍ଲା କୁ ମୁକ୍ତ କରିବା ଲକ୍ଷ ରେ ଓଡ଼ିଶା ଡେଭଲପେମଣ୍ଟ ଫୋରମ୍ ପକ୍ଷରୁ ଏହି ପଦକ୍ଷପ ନିଆ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: