ଭୁବନେଶ୍ୱର,୧୧/୧୧: ଓଡିଆ ଭାଷାରେ ଉନ୍ମୋଚିତ ହେଲା ଇଞ୍ଜିନିୟରିଂ ପାଠ୍ୟପୁସ୍ତକ । ଏହାସହ e-KUMBH (ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ) (Knowledge Unleashed in Multiple Bharatiya Languages) ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି । ଓଡ଼ିଆ ଭାଷାରେ CSTT ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି । କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ତରଫରୁ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି।ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଓ ଅନ୍ୟାନ୍ୟ ଉପକ୍ରମକୁ ଶୁଭାରମ୍ଭ କରିବା ଅବସରରେ ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି । ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସେ କହିଥିଲେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ। ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ । ତୃଣମୁଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବା ସ୍ପଷ୍ଟ । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ମାଧ୍ୟମତେ ଚେଷ୍ଟା କରିବା । ଶି7ା ଭଳି ମୌଳିକ ଅଧିକାରରୁ ଯେମିତ କେହି ବଞ୍ଚିତ ନହେବେ ଦେଖିବା । ଓଡିଆରେ ବୈଷୟିକ ଶିକ୍ଷାଦାନରେ ଅସୁବିଧା ହେବନି ବୋଲି ବିଶ୍ୱାସ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଓ ଅନ୍ୟାନ୍ୟ ଉପକ୍ରମକୁ ଶୁଭାରମ୍ଭ କରିବା ଅବସରରେ ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି । ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସେହିପରି ବର୍ତ୍ତମାନ ସୁଦ୍ଧା ଏଆଇସିଟିଇ ଦ୍ୱାରା ଓଡ଼ିଆ ସମେତ ୧୦ଟି ଭାରତୀୟ ଭାଷାରେ ଇଂରାଜୀରେ ଥିବା ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁବାଦିତ କରାଯାଇସାରିଛି । ଏହି ଭାଷା ଗୁଡ଼ିକ ହେଲା ଓଡ଼ିଆ, ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ, ପଞ୍ଜାବୀ, ବେଙ୍ଗଲୀ, ମରାଠୀ, ଗୁଜୁରାଟୀ ଓ ଆସାମୀ । ଆଉ ୨ଟି ଭାଷା ମାଲାୟାଲାମ ଏବଂ ଉର୍ଦ୍ଦୁ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନୁବାଦ ହେବା ପାଇଁ କାର୍ଯ୍ୟ ଚାଲୁ ରହିଛି । ଏହି ସବୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ପାଇଁ ‘ଇ-କୁମ୍ଭ’ ପୋର୍ଟାଲ ଉନ୍ମୋଚନ ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |