ଓଡିଆ ମହାମଞ୍ଚର ମହନୀୟ କାର୍ଯ୍ୟ

କେନ୍ଦ୍ରାପଡ଼ା,୧୩ା୬: କରୋନାରେ ମୃତ ସୈାଭାଗ୍ୟ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ଘରେ ଅସ୍ତି ପହଞ୍ଚାଇଛି ଓଡିଆମହାମଞ୍ଚ । ଶ୍ମଶାନରୁ ଅସ୍ତି ସଂଗ୍ରହ ଲାଗି ମୃତକଙ୍କ ପରିବାରରୁ କେହି ସମ୍ପର୍କୀୟ ଆସିନଥିବା ବେଳେ ସଂଗଠନର ପ୍ରତିନିଧି ଅନିଲ ଧଳ ଅସ୍ତି ସଂଗ୍ରହ କରି ମୃତକଙ୍କ ଭାଉଜଙ୍କୁ ହସ୍ତାନ୍ତର କରିଥିଲେ । ଓଡିଆ ମହାମଞ୍ଚର ଏଭଳି ମହନୀୟ କାର୍ଯ୍ୟ ପାଇଁ ସାଧାରଣରେ ପ୍ରସଂଶା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ସୈାଭାଗ୍ୟ ବିଶ୍ୱାଳ(୫୦)ଙ୍କର ଚିକିତ୍ସାଧିନ ଅବସ୍ଥାରେ ଛତାସ୍ଥିତ କୋଭିଡ ଡାକ୍ତରଖାନାରେ ଶନିବାର ମୃତ୍ୟୁ ହୋଇଯାଇଥିଲା । କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲେ ମଧ୍ୟ ଅସ୍ତି ସଂଗ୍ରହ କରିବାକୁ ମୃତକଙ୍କ ଘରୁ କେହି ଆସିନଥିଲେ । ଏସମ୍ପର୍କରେ ମହାମଞ୍ଚର ନିର୍ଦେଶକ ଗୋବର୍ଦ୍ଧନ ଧଳଙ୍କୁ ସୂଚନା ମିଳିବା ପରେ ସେ ମୃତକଙ୍କ ପରିବାର ନିକଟରେ ଅସ୍ତି ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ରବିବାର ମହାମଞ୍ଚ ପକ୍ଷରୁ ପ୍ରତିନିଧି ଅନିଲ ଧଳ କଜଳା ଶ୍ମଶାନରେ ପହଞ୍ଚି ମୃତକଙ୍କ ଅସ୍ତି ସଂଗ୍ରହ କରି ତାଙ୍କ ଘରେ ପହଞ୍ଚାଇଥିଲେ । ମୃତକଙ୍କ ପରିବାରର ସମସ୍ତ ସାଦସ୍ୟଙ୍କ କୋଭିଡ ପରୀକ୍ଷା କରାଯିବାକୁ ମହାମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବାହାରେ ପ୍ରବାସୀଙ୍କ ଦୁଃଖର ସାଥି ସାଜିଛି ଓଡିଆ ମହାମଞ୍ଚ । ରାଜଧାନୀ ଦିଲ୍ଲୀ ଏନ.ସି.ଆର.ରେ କରୋନା ପିଡିତଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଣ, ଔଷଧ, ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ପ୍ରଭୃତି ଯୋଗାଇବା ସହ ମୃତ ପ୍ରବାସୀଙ୍କ ଶବ ସଂସ୍କାର ଓ ଘରେ ଅସ୍ତି ପହଞ୍ଚାଇ ମହାମଞ୍ଚ ପ୍ରଶଂସିିତ ହୋଇଛି । ୨୦୨୦ ଦିଲ୍ଲୀରେ ଦଙ୍ଗା ସମୟରେ ପିଡିତ ଓଡିଆଙ୍କ ନିକଟରେ ସର୍ବପ୍ରଥମେ ମହାମଞ୍ଚର ପ୍ରତିନିଧି ପହଞ୍ଚି ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲେ । ଗତ ଦୁଇ/ତିନି ବର୍ଷ ମଧ୍ୟରେ ଦେଶର ଯେ କୈାଣସି ସ୍ଥାନରୁ ମୃତ ଓଡିଆଙ୍କ ଶବକୁ ତାଙ୍କ ଭିଟାମାଟିରେ ପହଞ୍ଚାଇବାରେ ମହାମଞ୍ଚର ପ୍ରମୁଖ ଭୂମିକା ରହିଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: