ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ

ବାରିପଦା, ୫/୧୧:  ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଏବେ ଆର ପାରିରେ । ଗତକାଲି ବାରିପଦା ପୁରୁଣା ହାଟସାହିସ୍ଥିତ ନିଜ ବାସଭବନରେ ଦୁନିଆରୁ ବିଦାୟ ନେଇଛନ୍ତି ନିମାଇଁ । କିଛି ଦିନରୁ ଅସୁସ୍ଥତା ସହ ଲଢେଇ କରୁ କରୁ ଶେଷରେ ୬୯ ବର୍ଷ ବୟସରେ ଆକି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଆ ସିନେମା ସହିତ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।“ଚନ୍ଦ୍ରମା ଆଗୋ ଚନ୍ଦ୍ରମା/ତୁମେ ମେଘ ତଳେ ଲୁଚି ଯାଅନା…”ର ଗୀତିକାର ତଥା ବରିଷ୍ଠ ଆଇନଜୀବୀ ନିମାଇଁ ମହାନ୍ତି   ଅବିବାହିତ ଥିଲେ। ତାଙ୍କ ପିତା ନାରାୟଣ ମହାନ୍ତିଙ୍କର ଗତ ୧୯୯୬ ମସିହା ଡିସେମ୍ବର ମାସରେ ପରଲୋକ ହୋଇଯାଇଥିଲା। ତାଙ୍କ ମାଆ ସୁଧା ଦେବୀଙ୍କ ସମେତ ସମସ୍ତ ପରିବାରବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସଙ୍ଗୀତ ରାଜ୍ୟରେ ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶୋକବାର୍ତ୍ତାରେ କହିଛନ୍ତି।ତାଙ୍କ ହାତରେ ଲେଖାଯାଇଥିବା ଅନେକ ଗୀତରେ ଓଡିଶା ସଂଗୀତ ଜଗତର ବହୁ ପ୍ରସିଦ୍ଧ ଗାୟକ ନିଜ କଣ୍ଠସ୍ୱର ଦେଇଛନ୍ତି । ଏଥିରେ କିମ୍ବଦନ୍ତୀ ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ବାପ୍ପି ଲହରୀଙ୍କ ସହ ଶାନ୍ତନୁ ମହାପାତ୍ରଙ୍କ ସହ ରଘୁନାଥ ପାଣିଗ୍ରାହୀ ପ୍ରମୁଖଙ୍କ ନାଁ ମଧ୍ୟ ସାମିଲ ରହିଛି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୩୦୦ରୁ ଅଧିକ ଗୀତ ରଚନା କରିଥିବା ବେଳେ ୩୦ଟି ଚଳଚ୍ଚିତ୍ରରୁ ଅଧିକ ସିନେମାକୁ ନିଜ ଗୀତରେ ସଜାଇଥିଲେ । ପରଦେଶୀ ଚଢେଇ, ସାଗର ଗଙ୍ଗା, ମୋ କାହ୍ନୁରେ, ଅକୁହା କଥା, ଗୋପରେ ବଢୁଛି କଳା କହ୍ନେଇ ଏବଂ ସମୟ ଖେଳୁଛି ଚକା ଭଉଁରୀ ଆଦି ଚଳଚ୍ଚିତ୍ରରେ ତାଙ୍କ ଗୀତ ବେଶ ଲୋକପ୍ରିୟ ହୋଇପାରିଥିଲା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: