ମାଲକାନଗିରି,୭/୧୧,(କାଲିମେଳା ରୁ ଭିକି ବାରିକ/ମାଲକାନଗିରି ରୁ ଶ୍ରୀନିବାସ ପଣ୍ଡା):କାଲିମେଳା ବ୍ଲକ ଅନ୍ତର୍ଗତ mv79 ଗ୍ରାମର ପ୍ରତିଭାବାନ ଛାତ୍ର ରାଜେଶ। ତେବେ ନିଶା କିନ୍ତୁ ଭିନ୍ନ।ନିଟ କ୍ବାଲିଫାଇ କରି ଭୋପାଲରେ ଏମ ଟେକ କରିଛିନ୍ତି। ଭଲ ଚାକିରୀର ସୁଯୋଗ ମିଳିଥିଲେ ମଧ୍ୟ ଚାକିରୀ ନୁହଁ ଚିନ୍ତା କଲେ ଅନ୍ୟ ପାଇଁ କିଛି କରିବାକୁ। ଆଉ ଵନିଯାଇଛନ୍ତି ସରଭାଇଭର। ଡିସ୍କୋବରୀ ଚ୍ୟାନେଲର ଲୋକପ୍ରିୟ ବିଏଅ ଗ୍ରୀସ୍ ଙ୍କ କାମରେ ଅନୁପ୍ରାଣିତ ହୋଇ ବନ ଜଙ୍ଗଲ ପାହାଡ଼ର ପ୍ରତିକୂଳ ପରିସ୍ଥିତି ର ମୁକାବିଲା କରି ବଞ୍ଚି ରହିବାର କୌଶଳ ଶିଖଉଛନ୍ତି l ମାଲକାନଗିରିର ଜିଲ୍ଲା ଏମ. ଭି 79 ଗ୍ରାମର ରାଜେଶ ମଣ୍ଡଳ। ନିଜ ସିରିଜ୍ ସବୁ ୟୁଟୁବ ରେ ଉପଲୋଡ କରି ଛନ୍ତି। ନିଜ ଜିଦ ରେ ଗୋଟିଏ ମାତ୍ର ପୁଅ wild life କୁ ନିଶା ଭାବରେ ଗ୍ରହଣ କରିଥିବାରୁ ଅନେକ ବାରଣ ସତ୍ୱେ ନ ଶୁଣିଥିବାରୁ ଶେଷରେ ସମର୍ଥ୍ୟନ କରିଛନ୍ତି ତାଙ୍କ ଉଦ୍ୟମକୁ। ଭବିଷ୍ୟତ କାମନା କରିଛନ୍ତି ବାପା ମା। ଭୋପାଲରେ ଏମ ଟେକ କରିଛନ୍ତି ରାଜେଶ। ବଡ ବଡ କମ୍ପାନୀରୁ ସୁଯୋଗ ମିଳିଥିଲା। ବାପା ମା ମଧ୍ୟ୍ୟ ଚାକିରୀ ପାଇଁ ବାଧ୍ୟ କରିଥିଲେ।ରାଜେଶ କିନ୍ତୁ ଭାବିଥିଲେ ଅନ୍ୟକିଛି। ପରେ ପରେ ୨୦୦୦ ଫୁଟ ପାହାଡ ଉପରେ ଚଡି ୩ ଦିନ ବିତେଇ ଥିଲେ ରାଜେଶ। ପରେ ପରେ ବାପା ମା ରାଜେସଙ୍କ କାର୍ଯ୍ୟକୁ ସମର୍ଥନ କରିବାକୁ ମନସ୍ଥ କରି, ସମର୍ଥନ କରିବାକୁ ବାଧ୍ୟ ହେଇଥିଲେ। ବେଆରଙ୍କ ପରି ଏକ ଦକ୍ଷ ବ୍ୟକ୍ତି ହେବାର ଲକ୍ଷ୍ୟ ରଖିଛନ୍ତି ରାଜେଶ। ତେବେ କିଛି ବନ୍ୟ ପ୍ରାଣୀ କିମ୍ବା ସାପ ଗାଁ କିମ୍ବା ଘର ମଧ୍ୟରେ ପଶି ଆସିଲେଲୋକମାନେ ମନେପକାଇଥାନ୍ତି ରାଜେଶଙ୍କୁ। ସେ ଆସି ସରୀସୃପ ହେଉ କି ପକ୍ଷୀ ଅତି ଯତ୍ନର ସହିତ ଧରି ଜଙ୍ଗଲରେ ଛାଡ଼ିଦେଇ ଆସନ୍ତି। ରାଜେଶର ଏହିପରି ପଶୁପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |