ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୨/୦୯: ଓଡିଶା ଆଦର୍ଶ ବିଦ୍ୟାଳୟର ୮ମ ପ୍ରତିଷ୍ଠା ଦିବସ ଅଵସରରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଲ ।ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଲେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲଚନ ମିଶ୍ର, ଡାବୁଗାଁ ବିଧାୟକ ଶ୍ରୀ ମନହର ରନ୍ଧାରୀ,ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର।ଆଜିର ଏହି କାର୍ଯ୍ୟକ୍ରମ ଅଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁବ୍ରତ ରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଏବଂ ବିଧ୍ୟାଳୟର ଶିକ୍ଷକ ରହିତ ନାଗ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା । ଆଜି ଏହି ଅବସରରେ ବିଭିନ୍ନ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲ ଏବଂ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଧ୍ୟଳୟରୁ ଆସିଥିବା ଛାତ୍ରଛାତିଙ୍କ ମଧ୍ୟାର ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |