ଓଡିଶା ମୋଟର ଚାଳକ ମହାସଙ୍ଘ ବୈଠକ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), .୨୧/୧ :ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଓଡିଶା ମୋଟର ଚାଳକ ମହାସଂଘ ଡାବୁଗାଁ ଶାଖାର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଂଘର ଜିଲା ସଭାପତି ଦିଲ୍ଲୀପ କୁମାର ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରିଥିଲେ | ଏଥିରେ ସମସ୍ତ ଡ୍ରାଇଭର ମାନେ ଡ୍ରେସ କୋଡ ପିନ୍ଧି ଗାଡି ଚଳାଇବା, ମଦପାନ କରି ଗାଡି ନଚଳାଇବା, ଡ୍ରାଇଭର ମାନେ ଯେ କୌଣସି ଗାଡି ଚଳାଇବା ଓ ଛାଡିବା ପୂର୍ବରୁ ସଂଘକୁ ଅବଗତ କରି ଗାଡି ଚଳାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା | ଏହାସହ ଗତ ୧/୯/୨୦୨୧ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ୧୦ ଦଫା ଦାବିପତ୍ର ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି | ଏନେଇ ବୈଠକରେ ଡ୍ରାଇଭର ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା | ଦାବିଗୁଡିକ ହେଲା :- ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ ପ୍ରଣୟନ କରାଯାଉ, ୫୫ ବର୍ଷରେ ପେନେସନ ଦିଆଯିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ ଲକ୍ଷ ଟଙ୍କାର ବୀମାରାଶୀ ଏବଂ ଅକର୍ମଣ୍ୟ ଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ଚିକିତ୍ସା ପାଇଁ ୫ ଲକ୍ଷ ବୀମା ରାଶି ପ୍ରଦାନ, ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ, ଡ୍ରାଇଭର ମାନଙ୍କ ପିଲା ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା, ରାଜରାସ୍ତା ଉପରେ ପ୍ରଶାସନ ପକ୍ଷରୁଡ୍ରାଇଭର ମାନଙ୍କୁ ହଇରାଣ କରାନଯାଉ ଭଳି ୧୦ ଦଫା ଦାବୀ ରହିଥିବା ଆଲୋଚନା ହୋଇଥିଲା | ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦାବୀ ପୁଅରଣ କରାନଯାଏ ତେବେ ରାଜ୍ୟ ସଂଘ ନିସ୍ପତି କ୍ରମେ ଓଡିଶା ସାରା ସମସ୍ତ ଡ୍ରାଇଭର ମାନେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରଯାଇଥିଲା | ଏହି ବୈଠକରେ ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ ଭତ୍ରା, ଉପ ସଭାପତି ଅମିର ଅଲ୍ଲୀ ଖାନ୍,ଉପ ସଭାପତି ଗୋପାଳ ପଣ୍ଡା,ସମ୍ପାଦକ ଉମାକାନ୍ତ ପାତ୍ର, ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ବିରେନ୍ଦ୍ର ସୁନା, ଦିଲ୍ଲୀପ ନାୟକ, ଡମ୍ବରୁ ଗୌଡ, , କୁନା ଗୌଡ, ଭୀମସେନ, ଯୋଗେଶ ହରିଜନ, ଡମ୍ବରୁ ନାୟକ ଓ ବ୍ଲକର ସମସ୍ତ ଡ୍ରାଇଭର ମାନେ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: