ଭୁବନେଶ୍ଵର,୨୬/୪:(ଦିପ୍ତିମୟୀ ନାୟକ): ଚଳିତ ବର୍ଷ ଅନ୍ଧାରୁଆ ଗ୍ରାମର ଜମାଣରେ ଅନେକ ଲୋକ ସାଂସ୍କୃତିକ ନୃତ୍ୟ ସହ ଆଧୁନିକ ଡିଜେ ବାଜାର ତାଳେ ତାଳେ ଝୁମିଥିଲେ ଗ୍ରାମର ବୃଦ୍ଧ ଠାରୁ ଆବାଳ ବୃଦ୍ଧ ବନିତା । ପ୍ରତ୍ୟେକ ଲୋକ ସମସ୍ତ ଏକଜୁଟ ହୋଇ ଏହି ଜମାଣ ଦେଖିବାକୁ ଆସିଥିଲେ ।
ଏବଂ ଏହି ଅନ୍ଧାରୁଆ ଗ୍ରାମର ଜମାଣ ଯେତେବେଳେ ହୁଏ ବହୁ ଦୂରଦୂରାନ୍ତରୁ କୁଣିଆ ମାନେ ଆସିଥାନ୍ତି ଏହି ଗ୍ରାମର ଜମାଣ ଦେଖିବା ପାଇଁ ଏହାର ବିଶେଷ ଆକର୍ଷଣ ଗୁଡିକ ହେଲା ଛଉ ନୃତ୍ୟ, ଚଢେଇଆ ନୃତ୍ୟ, ବାଘ ବାଘୁଣୀ ଶିକାର, ଚଢେଇଆ ନୃତ୍ୟ, ଓଡିଶା ଲୋକ ସାଂସ୍କୃତିକ ନୃତ୍ୟ ଓଡିଶୀ ତେବେ ପୁରୁଣା ଐତିହ ସଂସ୍କୃତିକୁ ମନେ ରଖିବାପାଇଁ ବେସ ଧୁମ ଧାମର ସହ ଏହି ଗାଁରେ ଗ୍ରାମ ଦେବତୀଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଠାକୁରଙ୍କୁ ଭୋଗ ଲଗାଯାଏ ଗାଁ ସାରା ଠାକୁରାଣୀଙ୍କୁ ବୁଲାଯାଏ
ଏବଂ ତାଙ୍କ ଗାଦିରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଏ ଏବଂ ଠାକୁରାଣୀଙ୍କ ପାଖରେ ଭୋଗ ଲଗାଯାଏ ଆଉ ତାପରେ ତିନିଦିନ ଗାଁରେ ଯାତ୍ରାର ଉତ୍ସବ ଲାଗିରହିଥାଏ ।
ଯାତ୍ରା ପଡ଼ିଆରେ ବହୁତ ଗୁଡିଏ ଦୋକାନ ବଜାର ମଧ୍ୟ ଖୋଲା ଯାଇଥାଏ । ଖାଇବା ଷ୍ଟଲ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଦୋକାନ ଦେଖିବାକୁ ମିଳିଥାଏ ଜନଗହଳି ମଧ୍ୟ ଲାଗିରହିଥାଏ । ଏବଂ ଯାତ୍ରା ପଡ଼ିଆରେ ସବୁ ଲୋକମାନେ କିପରି ଗଣ୍ଡଗୋଳ ନ ହେବେ ସେଥିପାଇଁ ଗ୍ରାମର ଯୁବକ ମନେ ସବୁବେଳେ ସଜାଗ ରୁହନ୍ତି । ପୋଲିସ ମାନେ ମଧ୍ୟ ମୃତୟନ ହୋଇଥାନ୍ତି । ଏବଂ ପ୍ରତି ବର୍ଷ ଏହି ଗ୍ରାମରେ ବହୁତ ବଡ଼ ବଡ଼ ପାଟ୍ଟୀ ଆସିଥାନ୍ତି ।
ଯାତ୍ରା ରାତି 12ଟା ରାତିରୁ ଆରମ୍ଭ ହୁଏ ସକାଳ 7ଟାରେ ଶେଷ ହୁଏ । ସେଥିପାଇଁ ଗାଁର ଯାତ୍ରା ଦିନ ସନ୍ଧ୍ୟା ସମୟରେ ଗ୍ରାମ ଦେବତୀ ସନ୍ଧ୍ୟା ଦେବୀଙ୍କ ପାଖରେ କୀର୍ତ୍ତନ ହୁଏ ଆଉ ତାପରେ ରାତିରେ ଯାତ୍ରା ହୁଏ । ଏହି ସବୁ ଭିତରେ ଯାତ୍ରା ପଡ଼ିଆରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଥାଏ ଯେମିତି ସବୁ ଲୋକ ସୁରକ୍ଷିତ ରହିବେ କେଉଁଠି ଯେମିତି ଗଣ୍ଡଗୋଳ ନ ହେବ ସେଥିପାଇଁ କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା ହୋଇଥାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |