ଓଭାଲରେ ଭାରତର ରୋମାଞ୍ଚକର ବିଜୟ

ଲଣ୍ଡନ୬/୯ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି ।ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ।

ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ ହସିମ ହମିଦ ୧୦୦ରନର ପାର୍ଟନରସିପ କରି ଦଳକୁ ଏକ ଭଲ ଆରମ୍ଭ ହେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଭାରତ ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଛି । ବର୍ନସ ୫୦, ହସିମ ୬୩ ରନ ଓ ଅଧିନାୟକ ଜୋ ରୁଟ୍ ୩୬ ରନ କରିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୧୯୧ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ୨୯୦ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ଜୋରଦାର ଖେଳ ପ୍ରଦର୍ଶନ କରି ୪୬୬ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୩୬୯ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: