କଳାହାଣ୍ଡି,୦୪/୧୨: ଜାତୀୟ ରାଜପଥରେ ଓଲଟିଲା ଏଲ୍ପିଜି ଟ୍ୟାଙ୍କର। ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। କଳାହାଣ୍ଡିର କର୍ଲାପଡାଏନଏଚ-୧୬ ଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଟ୍ୟାଙ୍କରରୁ ବହୁ ପରିମାଣର ଗ୍ୟାସ ନିର୍ଗତ ହେଉଥିବାର ଦେଖିବାକୁ ମିଳିଛି ।ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ଏହାକୁ ଆୟତ୍ତରେ ଆଣିବାକୁ ଚେଷ୍ଟା ଜାରି ରଖିଛି । ସୂଚନାମୁତାବକ କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଭାରସମ୍ୟ ହରାଇ ଓଲଟିଲା ।ଭବାନୀପାଟଣାରୁ ରାୟପୁର ଯିବା ବେଳେ ଦୁର୍ଘଟଣା ହୋଇଥିବାର ସୂଚନାମିଳୁଛି । ବର୍ତ୍ତମାନ ସେହି ସ୍ଥାନ ଗ୍ୟାସରେ ଆଚ୍ଛାଦିତ ହୋଇଥିବାର ଜଣା ପଡୁଥିବା ବେଳେ ଏହାକୁ ଆୟତ୍ତରେ ନେବା ପାଇଁ ଅଗ୍ନିଶମ ବାହିନୀ କାର୍ଯ୍ୟ କରୁଛି ।ଆଖପାଖର ୪ଟି ଗାଁର ଲୋକଙ୍କୁ ପ୍ରଶାସନ ୨ କିଲୋମିଟର ଦୂରରେ ଏକ ଅସ୍ଥାୟୀ ଶିବିର କରି ସ୍ଥାନାନ୍ତର କରିଛି। ସେଠାରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଗ୍ୟାସ୍ ଲିକ୍ ହେଉଥିବା ଅଞ୍ଚଳରେ ଥିବା ଗାଁ ଗୁଡ଼ିକୁ ବିଜୁଳି ସଂଯୋଗ କାଟି ଦିଆଯାଇଛି। ନିଆଁ ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ବଲାଙ୍ଗିରରୁ ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି। ରାସ୍ତା ଉପରେ ଟ୍ୟାଙ୍କର ଓଲଟି ଗ୍ୟାସ୍ ଲିକ୍ ହେଉଥିବାରୁ ଭବାନୀପାଟଣା ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରଖାଯାଇଛି। ଗ୍ୟାସ୍ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |