ସୋର,୧୦/୦୮ : ପର୍ଯ୍ୟଟକ ବସ୍ ଓଲଟି ୨୬ ଆହତ । ବାଲେଶ୍ୱର ସୋର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପର୍ଯ୍ୟଟକ ବସ୍ । ସୋର ଥାନା ତଳନଗର ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡିଛି ବସ୍ । ଆହତଙ୍କ ମଧ୍ୟରୁ ୧୪ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ବସ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଏହା ସହିତ ସମସ୍ତ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ଭୋରରୁ ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା ବସଟି । ତଳନଗର ଛକ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବସରେ ପ୍ରାୟ ୭୫ ଜଣ ପର୍ଯ୍ୟଟକ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ୍ରାଇଭରର ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସନ୍ଦେହ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |