ଓଳାଭର: ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓଳାଭର ବିଜୟୀ

ରାଜକନିକା,୩୧/୧:ରାଜକନିକା ବ୍ଳକ୍ ଓଳାଭର ଆଥ୍‌ଲେଟିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣର୍ାମେଣ୍ଟ ମଙ୍ଗଳବାର ଖେଳରେ ଓଳାଭର ଆଥ୍‌ଲେଟିକ୍ ଆସୋସିଏସନ୍ ବିଜୟୀ ହୋଇଛି । ସିଟି ସ୍ପୋଟିଂ, ଚାନ୍ଦବାଲି ସହିତ ଓଳାଭର ଆଥ୍‌ଲେଟିକ୍ ଆସୋସିଏସନ ଖେଳ ଅନୁଷ୍ଠିତ ହୋଇଥିଲା । ସିଟି ସ୍ପୋଟିଂ, ଚାନ୍ଦବାଲି ୧୫ ଓଭରରେ ୮ ଉଇକେଟ୍ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଓଳାଭର ଆଥ୍‌ଲେଟିକ୍ ଆସୋସିଏସନ ୧୩ ଓଭରରେ ୭ ଉଇକେଟ୍‌ରେ ହରାଇ ୧୦୦ ରନ୍ ସଂଗ୍ରହ କରି ବିଜୟୀ ଲାଭ କରିଥିଲା । ଅତିଥି ଭାବେ ଓଳାଭର ସରପଞ୍ଚ ନଉଷ ନାୟକ, ବଳରାମପୁର ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରା, ସମିତି ସଭ୍ୟ ଦେବବ୍ରତ ନାୟକ, ଓଳାଭର ଯୁବକ ସଂଘର ସଂପାଦକ ଶ୍ରୀନିବାସ ଓଝା ଯୋଗଦେଇଥିଲେ । ଆସୋସିଏସନ୍‌ର ସଭାପତି ଅରୁଣ କୁମାର ବାରିକ୍‌, ସଂପାଦକ ପ୍ରୟାଗ ନାୟକ, ପ୍ରାକ୍ତନ ସଂପାଦକ ଅକ୍ଷୟ କୁମାର ନାଥ, ସତ୍ୟ ପ୍ରକାଶ ଜଗତୀ, ଦେବଦତ୍ତ ପରିଡ଼ା, ସୁମନ ଦାସ, ସେକ୍ ହାସିନା, ସଞ୍ଜୟ ପୃଷ୍ଟି ଏବଂ ମିଲନ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ । ରାଜେନ୍ଦ୍ର ବିଶ୍ୱାଳ ଏବଂ ପ୍ରଭାତ ଦାଶ ଖେଳ ପରିଚାଳନା କରିଥିଲେ । ରାଖାଲ ଦେ, ହୀରା ଭାଈ ଏବଂ ଗୌରାଙ୍ଗ ସାହୁ ଭାଷ୍ୟକାର ଭାବେ କାର୍ଯ୍ୟତୁଲାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: