ଓ୍ୱାଶିଂଟନରେ ଗୁଳିମାଡ଼; ୩ମୃତ,

ନୂଆଦିଲ୍ଲୀ,୨୫ା୧:ଆମେରିକାରେ ଗୁଳିକାଣ୍ଡ  ଗୁଳିମାଡ଼ ହୋଇଛି । ୟାକିମା ସ୍ଥିତ ଏକ ଦୋକାନ ଉପରକୁ ଦୁର୍ବୃତ୍ତ ମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ୱାସିଂଟନ୍ ରାଜ୍ୟର ୟାକିମା ସ୍ଥିତ ଏକ ଦୋକାନରେ ଆଖିବୁଜା ଗୁଳିକାଣ୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପୋଲିସ କର୍ମଚାରୀ କହିଛନ୍ତି, ୟାକିମା ସହର ସ୍ଥିତ ଏକ ଦୋକାନରେ କେହିଜଣେ ଦୁବୃତ୍ତ ହଠାତ୍ ପଶି ଆସିଥିଲା ।ଏଥିସହିତ କେହି କିଛି ବୁଝିବା ଆଗକୁ ଦୁବୃତ୍ତ ଜଣକ ଆଖିବୁଜା ଗୁଳି ଚାଳନା କରିଥିଲା । ଫଳରେ ଦୋକାନରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଦୁବୃତ୍ତ ଜମଙ୍କ ଏହି ଗୁଳିକାଣ୍ଡା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଆମେରିକାର ବିଭିନ୍ନ ସ୍ଥାନରେ କାହିଁକି ବାରମ୍ବାର ଏହି ଗୁଳିକାଣ୍ଡ ହେଉଛି ତାହା ଜଣାପଡି ନଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: