ବଲାଙ୍ଗୀର ,୨୭ା୩:ଆଜି ଓଡ଼ିଆ ଆଲବମ୍ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର କରି ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ବଲାଙ୍ଗିର ଟାଉନ ପୋଲିସ୍ ତନାଘନା ଆରମ୍ଭ କରିଛିରୁଚିସ୍ମିତା ଜଣେ ଆଲବମ୍ ଅଭିନେତ୍ରୀ ହୋଇଥିବା ବେଳେ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା । ଘର ଭିତରୁ ରୁଚିସ୍ମିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୁଚିସ୍ମିତାଙ୍କ ମାମୁଘର ବଲାଙ୍ଗିର ଜିଲ୍ଲା ସୁଦପଡ଼ା ହୋଇଥିବା ବେଳେ ତାଙ୍କର ନିଜ ଘର ତାଲପାଲିପଡ଼ା ବୋଲି ଜଣପାଡ଼ିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |