ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୨୬ା୩: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୯ତମ ମନ କି ବାତ କାର୍ଯ୍ୟକ୍ରମରେ  ନିଜ ମନର କଥାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ।ମର୍ଯ୍ୟାଦାଜନକ IUPAC ସମ୍ମାନ ହାସଲ କରିଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।  ୯୯ ତମ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ, ଦେଶକୁ ଗୌରବାନ୍ୱିତ କରିଥିବା ମହିଳାଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ଅନ୍ୟତମ । ଜ୍ୟୋତିର୍ମୟୀ ଏବେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ। ନିକଟରେ ସେ ରସାୟନ ବିଜ୍ଞାନରେ ଉଲ୍ଲେଖନୀୟ ଗବେଷଣା ପାଇଁ ସମ୍ମାନଜନକ IUPAC ପୁରସ୍କାର ହାସଲ କରିଛନ୍ତି । ଦେଶର ପ୍ରଥମ ମହିଳା ଭାବେ ଏ ସମ୍ମାନ ହାସଲ କରି ପୁରା ଭାରତ ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିର୍ମୟୀ । ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଜ୍ୟୋତିର୍ମୟୀ ରସାୟନ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀଙ୍କୁ ମିଳିଥିବା ସମ୍ମାନ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି ସେ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିଜେପି ନେତା, କେନ୍ଦ୍ରମନ୍ତ୍ରୀ ଓ ସାଧାରଣଲୋକେ ଶୁଣିଥିଲେ ।ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କ କୃତିତ୍ବକୁ ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!