ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ

ପାରାଦୀପ ,୩ ।୧:  ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜଣେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମିଲ୍ ୟାକୁବ୍ ସର୍ଜଇ। ଏହାକୁ ଏକ ଅସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ଇଞ୍ଜିନିୟର ଅଲଦାନା ଭେସେଲରେ ପାରାଦୀପ ଆସିଥିଲେ। ମୃତ ରୁଷୀୟ ଇଞ୍ଜିନିୟର ହେଉଛନ୍ତି ମିଲ୍ ୟାକୁବ ସର୍ଜଇ। ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହାରନାଦ କହିଛନ୍ତି।ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ତାଙ୍କ ମୃତଦେହ ମିଳିଛି।   ସେ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ। ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବାବେଳେ ଏନେଇ ପୋର୍ଟ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।ରାୟଗଡ଼ାରେ ପୂର୍ବରୁ ଦୁଇଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା, ଯାହା କେବଳ ରାଜ୍ୟରେ ନୁହେଁ, ବରଂ ଜାତୀୟ ସ୍ତରରେ ବି ଆଲୋଡ଼ନ ଖେଳାଇ ଦେଇଥିଲା। ଗତ ୨୨ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ବ୍ଲାଦ୍‌ମିର୍ ବିଦାନୋଭାଙ୍କ ପରଲୋକ ଘଟିଥିଲା।  ସଂଧ୍ୟାରେ ବ୍ଲାଦ୍‌ମିରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ଶେଷକୃତ୍ୟ ପାଇଁ ରୁଷ ରାଷ୍ଟ୍ରଦୂତଙ୍କ ସହ ରାୟଗଡ଼ା ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲା। ତେବେ ବ୍ଲାଦ୍‌ମିରଙ୍କ ପୁଅ ଭାରତ ଆସିବା ସମ୍ଭବ ନଥିବାରୁ ରାଷ୍ଟ୍ରଦୂତଙ୍କ ଜରିଆରେ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ସମ୍ମତି ପ୍ରଦାନ କରିଥିଲେ। ପ୍ରାଥମିକ ତଦନ୍ତରୁ ହୃଦ୍‌ଘାତରେ ହିଁ ବ୍ଲାଦ୍‌ମିର ପ୍ରାଣ ହରାଇଥିବା ପୁଲିସ୍ କହିଛି।ଏହାପରେ  ଅସୁସ୍ଥତା କାରଣରୁ ୨୪ ତାରିଖରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ୬୫ବର୍ଷୀୟ ପାୱେଲ୍‌ ଆନ୍ଥେମ। କିଛି ଘଣ୍ଟା ପୂର୍ବରୁ ବନ୍ଧୁ ବ୍ଲାଦ୍‌ମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ତାରିଖ ସଂଧ୍ୟାରେ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି। ଦୁଇ ବନ୍ଧୁ ଏକାଠି ଭାରତ ଆସିଥିଲେ। କିଛି ଦିନ ତଳେ ଓଡ଼ିଶା ପରିଭ୍ରମଣରେ ଆସି ବୁଧବାର ରାୟଗଡ଼ାରେ ପହଞ୍ଚିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: