ଓଡ଼ିଶାର ପ୍ରଥମ ପ୍ରାକୃତିକ ପରିବେଶରେ ଖୋଲା ବାର୍‌ ଆଉ ହବ୍, ନିର୍ମାଣ ହେଉଥିଲା ଚଳଚିତ୍ର ଏବେ ମଦୁଆଙ୍କ ଆଡ଼ାସ୍ଥଳୀ

ନଷ୍ଟ ହେଉଛିି କାଳିକାପୁର ବଗିଚା, ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି ।

ରାଜକନିକା,୨୨/୯: ଦିନ ଥିଲା ରାଜକନିକା ବ୍ଲକ୍‌ର କନିକା ରାଜାଙ୍କ ଔଷଧୀୟ ବଗିଚା(କାଳିକାପୁର ବଗିଚା)ର ଶୋଭା ସମ୍ପଦର ମନୋରମ ଦୃଶ୍ୟରାଜିରେ ଆକୃଷ୍ଟ ହୋଇ ଦେଶ ବିଦେଶର ବହୁ ଚଳିଚିତ୍ର ନିର୍ମାତା ଆଗେଇ ଆସୁଥିଲେ ଚଳଚିତ୍ର ନିର୍ମାଣ କରିବା ପାଇଁ । ହେଲେ ଏଠାରେ ଏକ ମଦ ଦୋକାନ ଖୋଲିଯିବା କାରଣରୁ ଏହାର ପରିବେଶ ନଷ୍ଟ ହୋଇଯାଇଥିବା ବେଳେ ଏବେ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି ଏହି ଐତିହାସିକ ବଗିଚା । ଏହି କାରଣରୁ ଏଠାରୁ ମଦ ଦୋକାନ ଉଠାଇବା ପାଇଁ ରାଜକନିକାରେ ବୁଦ୍ଧିଜୀବୀ ମହଲରେ ଆନ୍ଦୋଳନର ଦାନା ବାନ୍ଧୁଛି । ଏହି ବଗିଚାକୁ ଲାଗି ମଦ ଦୋକାନ ରହିଥିବା କାରଣରୁ ଚାନ୍ଦବାଲି, ଆଳି, ପଟ୍ଟାମୁଣ୍ଡାଇ ଅଂଚଳରୁ ପ୍ରତିଦିନ ଶହଶହ ଯୁବକ ଆସି ଖୁଲମ୍ ଖୁଲା ମଦ ପିଇବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ହଇରାଣ ହରକତ୍ କରୁଥିବାର କାଳିକାପୁର, ଝରମୁହଁ, ଚେରଟଂପଡ଼ା, ଜରିସାହି ଏବଂ ଜେନାସାହି ଗ୍ରାମର ମହିଳାମାନେ କହିଛନ୍ତି । ଏମିତିକି ବଗିଚାକୁ ପ୍ରତିଦିନ ଜାଳେଣି ସଂଗ୍ରହ କରିବାକୁ ଯାଉଥିବା ମହିଳାମାନେ ମଦୁଆଙ୍କ ଭୟରେ ଆଉ ଯାଇପାରୁ ନାହାଁନ୍ତି । ସେହିଭଳି ଏହି ଗ୍ରାମର ଝିଅମାନେ ସ୍କୁଲ କଲେଜ ପଢ଼ିବା ପାଇଁ ଯିବାରେ ବିଭିନ୍ନ ସମୟରେ ବହୁ ହଇରାଣ ହେଉଛନ୍ତି । ବେଳେ ବେଳେ ମଦୁଆଙ୍କ ଦୁର୍ବ୍ୟବହାରରେ ଶୀକାର ହେଉଥିବାର ଜଣାପଡ଼ିଛି । ଏହା ସହିତ କାଜୁ ବଗିଚାରେ ରହିଥିବା ପରିବେଶ ମଦ ବୋତଳ, ପ୍ଲାଟିକ୍ ଗ୍ଲାସ୍ ଏବଂ ପାଣି ପାଉଚ୍ ପାଇଁ ନଷ୍ଟ ହେବାରେ ଲାଗିଛି । ହଜାର ହଜାର ପା୍ଲଷ୍ଟିକ୍ ବୋତଲ, ମଦ ବୋଲତ, ପତ୍ର ଏବଂ ଗ୍ଲାସ୍ ଏବେ ସାରା ବଗିଚାରେ ପଡ଼ିରହିଛି । ପୂର୍ବରୁ ଏହି ବଗିଚାର ମନୋରମ ସୁନ୍ଦର ପରିବେଶରେ ବହୁ ଓଡ଼ିଆ, ବଂଗଳା ଏବଂ ହିନ୍ଦୀ ଚଳଚିତ୍ର ସୁଟିଂ କରାଯାଉଥିଲା । ଯାହାକି ରାଜକନିକାର ନାଁ ଦେଶ ବିଦେଶରେ ରହିଛି । ହେଲେ ମଦ ଦୋକାନ ଏଠାରେ ଖୋଲାଯିବା ପରେ ବଦଳିଗଲାଣି ପରିବେଶ । ଶାନ୍ତ ପରିବେଶ ଏବେ ଅଶାନ୍ତ ରହୁଛି । ଏହି ମଦ ଦୋକାନ କାରଣରୁ ଏହି ବଗିଚାରେ ସବୁ ବେଳେ ମାଡ଼ପିଟି ଚାଲିଛି । ଗୋଷ୍ଠୀ ସଂଘର୍ଷ ଘଟୁଛି । ମାଡ଼ପିଟ୍ କାରଣରୁ ଅନେକ ଯୁବକ ଆହତ ହୋଇଥିବାର ମଧ୍ୟ ଜଣାପଡ଼ିଛି । ଏମିତିକି ପ୍ରତିଦିନ ଗୋଷ୍ଠୀ ସଂଘର୍ଷ ଲାଗିରହୁଛି । ଯେଉଁ କାରଣରୁ ଏହି ବଗିଚାରେ ସବୁ ବେଳେ ଉତେଜନା ପରିସ୍ଥିତି ଲାଗିରହୁଛି । ବଗିଚାରେ ମାଳମାଳ ଗଛ ଆଢ଼ୁଆଳରେ ମଦୁଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ିଚାଲିଛି । ସକାଳୁ ସକାଳୁ ମଦୁଆମାନେ ଖୁଲମ୍ ଖୁଲା ମଦ ପିଉଥିବାରୁ ଗାଁର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ବଗିଚା ଦେଇ ଲୋକମାନେ ନିରାପଦରେ ଯିବା ଆସିବାକୁ ଉଚିତ୍ ମଣୁନାହାଁନ୍ତି । ଯେମିତି ସରକାର ଏଠାରେ ଓଡ଼ିଶାର ପ୍ରଥମ ପ୍ରାକୃତିକ ପରିବେଶରେ ଖୋଲା ବାର ଖୋଲାଇଥିବା ବେଳେ ଚୋରା ମଦ କାରବାର ପାଇଁ ଏକ ହବ୍ ପ୍ରତିଷ୍ଠା କରିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ତୁରନ୍ତ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରାଜକନିକାରେ ବଢ଼ୁଛି ଚୋରା ମଦ କାରବାର ।

ରାଜକନିକା ବ୍ଲକ୍‌ରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ି ବଢ଼ି ଚାଲିଛି । ସ୍ପଷ୍ଟ ଦିବାଲୋକରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଏବଂ ପୁଲିସ ନୀବରଦ୍ରଷ୍ଟା ସାଜିଥିବାର ଅଭିଯୋଗ ହେଉଛି । କାଳିକାପୁର ବଗିଚାରୁ ସିଧା ପୂର୍ବକନିକାର ସମସ୍ତ ଗାଁକୁ ଚୋରା ମଦ କାରବାର କରାଯାଉଥିବାର ଜଣାପଡ଼ିଛି । ପୁଲିସ ଏବଂ ଅବକାରୀ ବିଭାଗ ଆଢ଼ୁଆଳରେ ରହିଛି କାଳିକାପୁର ବଗିଚା । ଦୁଇଟି ମଟର ସାଇକେଲରେ ପ୍ରତିଦିନ ପେଟିଏ ପେଟିଏ ମଦକୁ ଗାଁ ଗାଁରେ ବିଭିନ୍ନ ଲୋକମାନଙ୍କୁ ଚୋରାରେ ବିକ୍ରି କରିବାକୁ ଦିଆଯାଉଛି । ଏହି କାରଣରୁ ପ୍ରତି ଗାଁରେ ଚୋରା ମଦ କାରବାର ହେଉଛି । ଏହି କାରଣରୁ ଗାଁଗାଁରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଥିବାର ସାମାଜିକ କର୍ମୀ ଜୟରାମ ଦାସ କହିଛନ୍ତି । ଜୟନଗର, ବରାଡ଼ିଆ, ବର୍ତନୀ, ଶିଶୁଆ ଛକ, କୋଇଲିପୁର ଛକ, ଗଜରାଜପୁର, କାଟଣାବଣିଆଁ, ଆୟତନ ବଜାର, ସିକୋ, ଡ଼ାଳିକାଏନ୍ଦା, ହଟିଆପଡ଼ା, କଂଟପଡ଼ା ବଜାର, ଅଶୋକ ବଜାର, ଭାରିଗଦା, ବରୁଣାଡ଼ିଆ ଗାଁରେ ଚୋରା ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି । ସେହିଭଳି ଓଳାଭର, ପାରିନୂଆପଡ଼ା, ସିହୋପଡ଼ା, ବଟରପଡ଼ା, ଦେଉଳସାହି, ନହୁଣୀ, ପେଗରପଡ଼ା, ଗୋପାଳପୁର ଗାଁରେ ପ୍ରତି ପାନ ଦୋକାନରେ ଚୋରା ମଦ ବିକ୍ରି ହେଉଥିବାର ଜଣାପଡ଼ିଛି । ଚୋରା ମଦକୁ ପ୍ରତି ଗାଁରେ ମଦ ଦୋକାନରୁ ଆଣି ବିକ୍ରି କରିବା ପାଇଁ ଚାରି ଜଣ ଯୁବକ ସ୍ୱତନ୍ତ୍ର ଭାବେ କାର୍ଯ୍ୟକରୁଥିବାର ଜଣାପଡ଼ିଛି । ହେଲେ ରାଜକନିକା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ସାଧାରଣରେ ଅଭିଯୋଗ ହେଉଛି ।ତୁରନ୍ତ ଏହି ବଗିଚାରୁ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ମହିଳାମାନେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହା ସହିତ ତୁରନ୍ତ କାଳିକାପୁର ବଗିଚାରେ ଖୁଲମ ଖୁଲା ମଦ ପିଇବାକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!